ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାନପୁର-କାସଗଞ୍ଜ ରେଳ ପଥର ବରାଜପୁର-ଉତ୍ତରୀପୁରାରେ ସେଣ୍ଟ୍ରାଲ ପ୍ରୟାଗରାଜରୁ ଭିଓ୍ବାନୀ ଯାଉଥିବା କାଲିନ୍ଦୀ ଏକ୍ସପ୍ରେସ୍ ଟ୍ରେନ ରବିବାର ରାତିରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ରେଳ ଲାଇନ୍ ଉପରେ ଗ୍ୟାସ୍ ସିଲିଣ୍ଡର ଏବଂ ଅନ୍ୟ ଦହନଶୀଳ ପଦାର୍ଥ ରଖି ଟ୍ରେନ୍ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ଲୋକୋ ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଏହି ମାମଲାରେ ସୋମବାର ଏଟିଏସ ଆଇଜି ନୀଲାବ୍ଜା ଚୌଧୁରୀ ବିଶେଷଜ୍ଞ ଦଳଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଏଡିସିପି ବିଜେନ୍ଦ୍ର ଦ୍ୱିବେଦୀ ଏବଂ ଏସିପି ଅଜୟ ତ୍ରିବେଦୀ ଏହି ମାମଲାର ଅନ୍ୟାନ୍ୟ ଦିଗ ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନସୁଦ୍ଧା ୧୨ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏଟିଏସ୍ ଆଇଜି ନୀଲାବ୍ଜା ଚୌଧୁରୀ କହିଛନ୍ତି ଯେ, ରବିବାର ରାତିରେ ଘଟଣାସ୍ଥଳରୁ ଏକ ଗ୍ୟାସ୍ ସିଲିଣ୍ଡର ସହିତ ପେଟ୍ରୋଲିୟମ ଭର୍ତ୍ତି ଏକ କାଚ ବୋତଲ ଜବତ ହୋଇଥିଲା। ଏଥିସହ ନିକଟରେ ଥିବା ଏକ ବ୍ୟାଗରେ ମଧ୍ୟ ଅନେକ ଦହନଶୀଳ ପଦାର୍ଥ ମିଳିଥିଲା। ଫରେନ୍ସିକ୍ ଟିମ୍ ମଧ୍ୟ ମାମଲାର ଯାଞ୍ଚ କରୁଛି। ଅପରପକ୍ଷେ ଏସିପି ଅଜୟ କୁମାର କହିଛନ୍ତି ଯେ, ୧୨ରୁ ଅଧିକ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏଥିସହ ସିସିଟିଭି କ୍ୟାମେରା ମାଧ୍ୟମରେ ମଧ୍ୟ ଅନୁସନ୍ଧାନ କରାଯାଉଛି।
More Stories
ଶସ୍ତା ହେବ କ୍ୟାନସର ଔଷଧ,ସ୍ୱାସ୍ଥ୍ୟ ବୀମା ପାଇଁ ଗଠନ ହେଲା ଜିଏମଓ……
ଆଜି ଗୁରୁ ଦିବସ….