ରିପୋର୍ଟ କାର୍ଡ / କଟକ
ଭୁବନେଶ୍ୱର ଇନ୍ଫୋସିଟି ଥାନା ଅଞ୍ଚଳର ଏକ କଲ୍ୟାଣ ମଣ୍ଡପ ରୁମ୍ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ପ୍ରକାଶ ବଳ । ଘର ଯାଜପୁର ଅଞ୍ଚଳରେ ବୋଲି ଜଣାପଡିଛି । ସେ ୫ବର୍ଷ ହେବ ସଂପୃକ୍ତ ମଣ୍ଡପରେ କାମ କରି ଆସୁଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ହତ୍ୟା କିଛି ସ୍ପଷ୍ଟ ହୋଇନି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଇନନଫୋସିଟି ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଖୋଳତାଡ କରିଛନ୍ତି । ଯଦି ପ୍ରକାଶ ଆତ୍ମହତ୍ୟା କରିଛନ୍ତି ତେବେ କାରଣ କଣ ହୋଇପାରେ ? ଯଦି ହତ୍ୟା କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ? ଏସବୁ ପ୍ରଶ୍ନର ଉତ୍ତର ଖୋଜି ବାହାର କରିବ ଇନଫୋସିଟି ଥାନା ପୋଲିସ ।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……