ରିପୋର୍ଟ କାର୍ଡ / କଟକ
ଭୁବନେଶ୍ୱର ଇନ୍ଫୋସିଟି ଥାନା ଅଞ୍ଚଳର ଏକ କଲ୍ୟାଣ ମଣ୍ଡପ ରୁମ୍ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ପ୍ରକାଶ ବଳ । ଘର ଯାଜପୁର ଅଞ୍ଚଳରେ ବୋଲି ଜଣାପଡିଛି । ସେ ୫ବର୍ଷ ହେବ ସଂପୃକ୍ତ ମଣ୍ଡପରେ କାମ କରି ଆସୁଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ହତ୍ୟା କିଛି ସ୍ପଷ୍ଟ ହୋଇନି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଇନନଫୋସିଟି ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଖୋଳତାଡ କରିଛନ୍ତି । ଯଦି ପ୍ରକାଶ ଆତ୍ମହତ୍ୟା କରିଛନ୍ତି ତେବେ କାରଣ କଣ ହୋଇପାରେ ? ଯଦି ହତ୍ୟା କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ? ଏସବୁ ପ୍ରଶ୍ନର ଉତ୍ତର ଖୋଜି ବାହାର କରିବ ଇନଫୋସିଟି ଥାନା ପୋଲିସ ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..