Report Card Odisha

| Daily Odia News

କମଳା ହାରିସ୍ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆନୁଷ୍ଠାନିକ ଭାବେ କମଳା ହାରିସ୍ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଏକ୍ସରେ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରତ୍ୟେକ ଭୋଟ୍ ଜିତିବାକୁ ମୁଁ କଠିନ ପରିଶ୍ରମ କରିବି। ଚଳିତବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଡୋନାଲଡ ଟ୍ରମ୍ପ ରିପବ୍ଲିକାନ ପାର୍ଟି ତରଫରୁ ପ୍ରାର୍ଥୀ ହୋଇଥିବାବେଳେ ବର୍ତ୍ତମାନର ରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ୍‌ ଏହି ଦୌଡରୁ ଓହରି ଯାଇଛନ୍ତି। ତେବେ ହାରିସଙ୍କ ପ୍ରାର୍ଥିତ୍ବକୁ ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ଏବଂ ପତ୍ନୀ ମିସେଲ ଓବାମା ଦୃଢ ସମର୍ଥନ କରିଛନ୍ତି। ରାଷ୍ଟ୍ରପତି ପଦରୁ ଅବସର ନେବାର ପ୍ରାୟ ଦଶବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ଓବାମାଙ୍କ ଲୋକପ୍ରିୟତା ଏବେ ମଧ୍ୟ ଶିଖରରେ ରହିଛି। ଡେମୋକ୍ରାଟିକ ପାର୍ଟି ନେତା ଓବାମା ୨୦୦୯ରେ ପ୍ରଥମ କୃଷ୍ଣକାୟ ବ୍ୟକ୍ତିଭାବେ ଆମେରିକାର ସର୍ବୋଚ୍ଚ ପଦକୁ ନିର୍ବାଚିତ ହୋଇଥିଲେ। ସେ ୨୦୧୭ ପର୍ଯ୍ୟନ୍ତ ଏହି ଦାୟିତ୍ବ ତୁଲାଇଥିଲେ। ହାରିସଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଜଣାଇବାରେ ଓବାମାଙ୍କ ମତ ବେଶ ଗୁରୁତ୍ବ ବହନ କରୁଛି।

Breaking News