ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନେକଦିନ ଧରି ଖାଇବା ତେଲ ରୋଷେଇ ଘର ଉପରେ ପ୍ରଭାବ ପକାଇଛି | ଖାଇବା ତେଲ ଦାମ ଆକାଶ ଛୁଆଁ ରହିଛି | ଯାହାକି ଏବେ ଖାଉଟିଙ୍କୁ ଆଶ୍ୱସ୍ତି ଲିଳିବ । ସରକାର ସାଧାରଣ ନାଗରିକଙ୍କୁ ଖାଇବା ତେଲର ମହଜୁଦକାରୀଙ୍କଠୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି । ଏହି ମାମଲାରେ ମନ୍ତ୍ରାଳୟ ଆକ୍ସନକୁ ଆସିସାରିଛି । ଏହି କ୍ରମରେ ଏବେ ସରକାର Edible Oil ପୋର୍ଟାଲ ପ୍ରସ୍ତୁତ କରିଛନ୍ତି । ସୋମବାର ଏହି Edible Oil ପୋର୍ଟାଲ୍ କରାଯାଇଛି । ଏହି ଖାସ୍ ପୋର୍ଟାଲରେ ତେଲ ଦାମ୍ ଓ ଷ୍ଟକ୍ ସମ୍ପର୍କରେ ବିସ୍ତୃତ ସୂଚନା ମିଳିବ । ଏହା ସହିତ ସାପ୍ତାହିକ ଅପଡେଟ୍ ମଧ୍ୟ ଦିଆଯିବ । ପ୍ରତି ସପ୍ତାହରେ ଏହି ପୋର୍ଟାଲରେ ଆକଳନ ଜାରି କରାଯିବ । ଅର୍ଥାତ୍ ଏବେ ଏଥିରେ ଭୁଲଭାଲ୍ ହେବା ଆଶଙ୍କା ବହୁତ କମିବ ବା ଜମା ହୋଇନପାରେ ମଧ୍ୟ । ଏଥିପାଇଁ ଉତ୍ପାଦକଙ୍କୁ ଲଗଇନ୍ ମଧ୍ୟ ହେବାକୁ ପଡିବ । ସରକାରର ବିଭାଗ ଏଥି ପ୍ରତି ନଜର ଦେବ । ଏହା ଫଳରେ ଟ୍ରାନ୍ସପରେନ୍ସି ବଢିବ ଏବଂ ତେଲ ଦାମ୍ ମଧ୍ୟ କଣ୍ଟ୍ରୋଲରେ ରହିବ । ବ୍ୟାପାରୀ ଏବଂ ଇଣ୍ଡଷ୍ଟ୍ରୀ ଏହା ଜରିଆରେ ନିଜ ଷ୍ଟକର ଡିସକ୍ଲୋଜର ଦେଇପାରିବେ ଯାହାକୁ ରାଜ୍ୟ ସରକାର ମନିଟର କରିବେ । ସରକାର Edible Oil ଏବଂ Oil seedର ଷ୍ଟକ ପାଇଁ ନୂଆ ପୋର୍ଟାଲ୍ ଲଞ୍ଚ୍ କରୁଛନ୍ତି । ଏଥିରେ ଜମାଖୋରୀଙ୍କୁ ଶକ୍ତ ଧକ୍କା ଲାଗିବ । ଏଥିପାଇଁ ଶୁକ୍ରବାର ଏକ ବଡ ବୈଠକ ଡକାଇଥିଲେ ସରକାର । ଏଥିରେ ପୋର୍ଟାଲ୍ ସମ୍ପର୍କରେ ଟ୍ରେନିଂ ଦିଆଯାଇଛି ଏବଂ ସମସ୍ତ ପ୍ରକ୍ରିୟା ସମ୍ପର୍କିତ ସୂଚନା ମଧ୍ୟ ଦିଆଯାଇଛି । ଏହି ବୈଠକରେ ଯୁଗ୍ମ ସଚିବ ଏବଂ ରାଜ୍ୟମାନଙ୍କ ଖାଦ୍ୟ ସଚିବ ଓ ଫୁଡ୍ କମିଶନର ମଧ୍ୟ ସାମିଲ ହୋଇଥିଲେ । ବୈଠକରେ Edible Oil Processing Associationsର ପ୍ରତିନିଧି ମଧ୍ୟ ଉପସ୍ଥିତ ରହିଥିଲେ । ଏହି ବୈଠକରେ ସମସ୍ତ ପଏଣ୍ଟକୁ ନେଇ ଚର୍ଚ୍ଚା କରାଯାଇଥିଲା ଏବଂ ଏହା ପରେ ଏହି ପୋର୍ଟାଲରେ ସହମତି ମଧ୍ୟ ମିଳିଥିଲା ।
Discussion about this post