ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି କମଲା ହାରିସ ୧ ଘଣ୍ଟା ୨୫ ମିନିଟ୍ ପାଇଁ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇଲେ । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏନେଇ ଶୁକ୍ରବାର ଘୋଷଣା କରାଯାଇଥିଲା । ରାଷ୍ଟ୍ରପତି ଜୋ ବାଇଡେନ ଗତକାଲି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଉପରାଷ୍ଟ୍ରପତି ହାରିସଙ୍କୁ ସାମୟିକ ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର କରିଥିଲେ। ଏହି ସମୟରେ ହାରିସ ନିଜ ୱେଷ୍ଟ ୱିଙ୍ଗ ଅଫିସରେ ରହି ହ୍ୱାଇଟ ହାଉସକୁ ପରିଚାଳନା କରିଥିବା ହ୍ୱାଇଟ ହାଉସ୍ର ପ୍ରେସ ସଚିବ ଜେନ୍ ସାକି କହିଥିଲେ। ଏହି ସମୟରେ ସେ ସରକାରଙ୍କୁ ନିୟନ୍ତ୍ରଣ କରିବା ସହ ସୈନ୍ୟ ବାହିନୀ ଏବଂ ପରମାଣୁ ଅସ୍ତ୍ର ଆଦି ସମସ୍ତ ଦାୟିତ୍ୱରେ ମଧ୍ୟ ଥିଲେ ।ରାଷ୍ଟ୍ରପତି ହିସାବରେ ଦାୟିତ୍ୱ ନେବା ପରେ ପ୍ରଥମ ଅଫିସିଆଲ ମେଡିକାଲ ଚେକଅପ୍ ପାଇଁ ବାଇଡେନ ଗତକାଲି ୱାଲ୍ଟର ରିଡ୍ ମେଡିକାଲ୍ ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ସେଠାରେ ଆନାସ୍ଥେସିଆ ଦିଆଯିବା ପରେ ତାଙ୍କର କଲୋନୋସ୍କୋପି କରାଯାଇଥିଲା । ଏହି ସମୟରେ ଉପରାଷ୍ଟ୍ରପତି କମଲା ହାରିସ ସମସ୍ତ କାର୍ଯ୍ୟ ତୁଲାଇଛନ୍ତି।






More Stories
ଇଣ୍ଡୋନେସିଆରେ ଭୟଙ୍କର ଦୁର୍ଘଟଣା,୧୬ ମୃତ…..
ଭିବି-ଜି ରାମ ଜି ବିଲ୍ କୁ ରାଷ୍ଟ୍ରପତିଙ୍କ ଅନୁମୋଦନ…..
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..