ରିପୋର୍ଟ କାର୍ଡ / ପିପିଲି
ପିପିଲି ଉପନିର୍ବାଚନକୁ ଆଉ ମାତ୍ର ୪ ଦିନ | ନିର୍ବାଚନ ପାଖେଇ ଆସୁଥିବା ବେଳେ ପିିପିଲି, ଡେଲାଙ୍ଗ ଅଞ୍ଚଳରେ ରାଜନୈତିକ ଦଳଗୁଡ଼ିକର ଜୋରସୋରରେ ପ୍ରଚାର, ସଭା ଚାଲିଛି। ନେତାଙ୍କ ମଧ୍ୟରେ ଉତ୍ସାହ ଉତ୍କଣ୍ଠା ବଢିବଢି ଚାଲିଛି | ବରିଷ୍ଠ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇବା ସହ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରତି ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଭୋଟରଙ୍କର ନିକଟତର ହେଇ ଭୋଟ ହାତେଇବା ପାଇଁ ଲାଗିଛନ୍ତି ପାର୍ଥୀ | ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ଶନିବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସହ ରୁଦ୍ରପ୍ରତାପଙ୍କ ସ୍ତ୍ରୀ ଜାଗୃତି ରୂପଦେଇପୁର ପଞ୍ଚାୟତରେ ସମାବେଶ କରିବା ସହ ପଦଯାତ୍ରା କରି ଏହି ବିଜେଡି ଗଡ଼କୁ ସୁରକ୍ଷିତ ରଖିବାକୁ ଲୋକଙ୍କୁ ବୁଝାଇଥିଲେ। ତେଇସିପୁର ପଞ୍ଚାୟତ ନୂଆଗୋଡି ଓ ପୋଡଙ୍ଗରେ ସମିତିସଭ୍ୟ ଧରଣୀଧର ସାହୁ, ସରପଞ୍ଚ ନରେନ୍ଦ୍ର ଦାଶ, ଶିକ୍ଷାବିତ୍ ରାଜକିଶୋର ପ୍ରଧାନ, ରାଜେଶ ଦାଶ, ଶାନ୍ତିଲତା ପ୍ରଧାନ, ଉମାମଣି ରଥ ପ୍ରମୁଖ ପ୍ରାର୍ଥୀ ରୁଦ୍ରପ୍ରତାପଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ଡେଲାଙ୍ଗ ବ୍ଲକର ଡେଲାଙ୍ଗ-କୋଠବାଡ଼, କଲ୍ୟାଣପୁର, ଗୁଆଳିପଡ଼ା, ଧାନକେରା, ଅଭୟମୁଖୀ ଆଦି ପଞ୍ଚାୟତରେ ପ୍ରଚାର ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଚେଲା କୁମାର, ସମ୍ପାଦକ ରୁଦ୍ର ରାଜୁଙ୍କ ସହ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ନିର୍ମଳ ପରିଡ଼ା, ବିନୋଦ ସ୍ବାଇଁ, ରବି ରାୟ, ଟିକନ ବିଶ୍ୱାଳ, ମୁଖପାତ୍ର ସୌମ୍ୟରଞ୍ଜନ ନାୟକ, ରମେଶ ଗୁପ୍ତା ପ୍ରମୁଖ ବିଜେଡି ଓ ଭାଜପା ସରକାରଙ୍କ କୁଶାସନ ଯୋଗୁ ରାଜ୍ୟ ଓ ଦେଶର ସ୍ଥିତି କ୍ରମଶଃ ବିଗିଡ଼ି ଥିବାରୁ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନଙ୍କୁ ନିର୍ବାଚିତ କରି ସେବା ସୁଯୋଗ ଦେବାକୁ ଭୋଟରଙ୍କୁ ନିବେଦନ କରିଥିଲେ। ଭାଜପା ପକ୍ଷରୁ ମଧ୍ୟ ବରିଷ୍ଠ ନେତାମାନେ ପିପିଲି ଓ ଡେଲାଙ୍ଗର ବିଭିନ୍ନ ଅଞ୍ଚଳ ବୁଲି ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ କରୁଥିବା ଦେଖିବାକୁ ମିଳୁଛି ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଭିଜିଲାନ୍ସ ଜାଲରେ ଏଏସଆଇ……
ମାସକୁ ଅଢେଇ ଲକ୍ଷ ପାଇବେ ବିଧାୟକ!…..