ରିପୋର୍ଟ କାର୍ଡ / କନ୍ଧମାଳ
ମାତାଲ ଯୁବ ନିଜ ଘର କୁ ନିଆଁ ଲଗାଇ ଦେଇ ଖୁସିରେ ନୃତ୍ୟ କଲେ। ଏପରି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ସାହାଜଖାଲ ଗାଁରେ। ସୌଭାଗ୍ୟ ବଶତଃ ସେହି ସମୟରେ ଘରେ କେହି ନଥିଲେ। ଗତକାଲି ରାତିରେ ଯୁବକ ଜଣଙ୍କ ମଦ ପିଇ ଆସି ଘରେ ନିଆଁ ଲଗାଇ ଦେଇଥିଲେ। ପରେ ଖୁସିରେ ନୃତ୍ୟ କରିଥିଲେ। ପାଖ ପଡ଼ୋଶୀ ଯୁବକଙ୍କୁ ଘରେ ନିଆଁ ନ ଲଗାଇବା ପାଇଁ ଯେତେ ବାରଣ କରିଥିଲେ ମଧ୍ୟ ଯୁବକ କିଛି ଶୁଣି ନଥିଲେ। ଗ୍ରାମବାସୀ ଏନେଇ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଭଡ଼ିଓଟି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..