Report Card Odisha

| Daily Odia News

କ୍ଷମା ମାଗିଲେ କଙ୍ଗନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଜେପି ସାଂସଦ କଙ୍ଗନା ରାଣାୱତଙ୍କ ୩ କୃଷି ଆଇନ ଫେରାଇ ଆଣିବା ଟିପ୍ପଣୀକୁ ନେଇ ବିବାଦ ହେବାପରେ ଏବଂ ବିଜେପି ଉପରେ ବିରୋଧୀଙ୍କ ତୀବ୍ର ଆକ୍ରମଣ ପରେ ଆଜି କଙ୍ଗନା ଏଥିପାଇଁ କ୍ଷମା ମାଗିଛନ୍ତି। ଏକ ଭିଡିଓ ପୋଷ୍ଟ୍‌ କରି ସେ କହିଛନ୍ତି, ସେ ଏବେ ବିଜେପିର ଜଣେ ସଦସ୍ୟ ହୋଇଥିବାରୁ ତାଙ୍କ ମତ ଦଳର ନୀତି ଆଧାରରେ ହେବା ଉଚିତ ‌ଏବଂ ଏଥିପାଇଁ ସେ ସଚେତନ ରହିବା ଆବଶ୍ୟକ। ଗତ କିଛି ଦିନ ଧରି ଗଣମା‌ଧ୍ୟମରୁ ମତେ କୃଷି ଆଇନକୁ ନେଇ ପ୍ରଶ୍ନ କରାଗଲା ଏବଂ ମୁଁ କହିଲି କୃଷକମାନେ କୃଷି ଆଇନ ଫେରାଇ ଆଣିବାପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବା ଉଚିତ। ମୋ ଟିପ୍ପଣୀ ପାଇଁ ଅନେକ ଲୋକ ଅସନ୍ତୋଷ ପ୍ରକାଶ କଲେ। ଯଦି ମୋ କଥା କାହାକୁ କଷ୍ଟ ଦେଇଛି ତେବେ ମୁଁ ମୋ ବୟାନ ଫେରାଇ ନେଉଛି ଏବଂ ଏଥିପାଇଁ କ୍ଷମା ମାଗୁଛି। ଅନ୍ୟପକ୍ଷେ ବିଜେପି କଙ୍ଗନାଙ୍କ ଟିପ୍ପଣୀଠାରୁ ନିଜକୁ ଦୂରେଇ ରଖିଛି। ବି‌ଜେପି ମୁଖପାତ୍ର ଗୌରବ ଭାଟିଆ କଙ୍ଗନାଙ୍କ ଟିପ୍ପଣୀକୁ ନିନ୍ଦା କରିଛନ୍ତି ଏବଂ କହିଛନ୍ତି, ସେ ଦଳ ପକ୍ଷରୁ ଏଭଳି ଟିପ୍ପଣୀ ଦେଇପାରିବେନି। ଦଳ ତାଙ୍କୁ ଏଭଳି କହିବାପାଇଁ ଅନୁମତି ଦେଇନାହିଁ। ଗୌରବ ଭାଟିଆ କହିଛନ୍ତି, ସୋସିଆଲ ମିଡିଆରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରତ୍ୟାହାର ହୋଇଥିବା କୃଷି ବିଲ୍‌କୁ ନେଇ ଏକ ବୟାନ ଘୂରି ବୁଲୁଛି। ତେବେ ମୁଁ ପ୍ରଥ‌ମେ ଏହା ସ୍ପଷ୍ଟ କରିବାକୁ ଚାହୁଛି ଯେ ଏହି ଟିପ୍ପଣୀ କଙ୍ଗନାଙ୍କ ବ୍ୟକ୍ତିଗତ ଟିପ୍ପଣୀ। ଦଳ କଙ୍ଗନାଙ୍କ ଟିପ୍ପଣୀଠାରୁ ନିଜକୁ ଦୂରେଇ ରଖୁଛି। ସେହିପରି ବିଜେପିର ଜାତୀୟ ମୁଖପାତ୍ର ଜୟବୀର ଶେରଗିଲ୍‌ କଙ୍ଗନାଙ୍କ ଟିପ୍ପଣୀକୁ ଭିତ୍ତିହୀନ ଏବଂ ‌ଅଯୌକ୍ତିକ ବୋଲି କହିଛନ୍ତି।

Breaking News