ରିପୋର୍ଟ କାର୍ଡ / ମୁମ୍ବାଇ
‘ଭାରତ ପ୍ରକୃତ ସ୍ବାଧୀନତା ପାଇଲା ୨୦୧୪ରେ । ୧୯୪୭ ମସିହାରେ ଯେଉଁ ସ୍ବାଧୀନତା ମିଳିଥିଲା ତାହା ଥିଲା ଭିକ୍ଷା। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ସରକାର ଆସିବା ପରେ ହିଁ ସ୍ବାଧୀନତାର ଏକ ନୂଆ ଯୁଗ ଆରମ୍ଭ ହେଲା’ ବୋଲି ଗତକାଲି ଏକ କାର୍ଯ୍ୟକ୍ରମରେ କହିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ତାଙ୍କର ଏଭଳି ବିବାଦୀୟ ବୟାନ ଆଜି ଚର୍ଚ୍ଚାରେ ରହିଥିବା ବେଳେ ବିଜେପି ସାଂସଦ ବରୁଣ ଗାନ୍ଧି ଆଜି ଏହାକୁ ପୋଷ୍ଟ୍ କରି କଟାକ୍ଷ କରିଛନ୍ତି। ବରୁଣ କହିଛନ୍ତି, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଓ ତପସ୍ୟା ପ୍ରତି ଏଭଳି ବୟାନ ଘୋର ଅପମାନ। ଏହାଦ୍ବାରା ଲକ୍ଷ ଲକ୍ଷ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରାଣବଳିକୁ ତିରସ୍କାର କରାଯାଇଛି। କଙ୍ଗନାଙ୍କ ଏଭଳି ମାନସିକତାକୁ ପାଗଳାମି କୁହାଯିବ ନା ଦେଶଦ୍ରୋହ ବୋଲି ପ୍ରଶ୍ନ କରିଛନ୍ତି ବରୁଣ ଗାନ୍ଧି। କେବଳ ବରୁଣ ଗାନ୍ଧି ନୁହନ୍ତି, ବିଭିନ୍ନ ବିରୋଧୀ ଦଳ ପକ୍ଷରୁ କଙ୍ଗନାଙ୍କ ଏହି ବୟାନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅକାଳୀ ଦଳ ନେତା ମନଜିନ୍ଦର ସିଂହ ସିରସା କହିଛନ୍ତି, ମଣିକର୍ଣ୍ଣିକା ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ସ୍ବାଧୀନତାକୁ କିଭଳି ‘ଭିକ୍ଷା’ କହିପାରନ୍ତି। ଏହାକୁ ତାଙ୍କର ଦୁର୍ବଳ ମାନସିକତା କୁହାଯିବ। ଅନ୍ୟପକ୍ଷରେ ମୁମ୍ବାଇରେ ଆମ୍ ଆଦ୍ମୀ ପାର୍ଟି ନେତ୍ରୀ ପ୍ରୀତି ମେନନ କଙ୍ଗନାଙ୍କ ବିବାଦୀୟ ବୟାନକୁ ବିରୋଧ କରି ଏଫ୍ଆଇଆର୍ ଦାଖଲ କରିଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..