ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୋଲିସ ସମ୍ମୁଖରେ ବସୁଛି କଙ୍ଗାରୁ କୋର୍ଟ। କମେଣ୍ଟମରା କୁ କେନ୍ଦ୍ରକରି ହୋଇଥିବା ବିବାଦରେ ଅଭିଯୁକ୍ତଙ୍କ ସମେତ ତାଙ୍କ ବାପା, ଭାଇଙ୍କୁ ବି ସର୍ବ ସମ୍ମୁଖରେ ଆଣ୍ଠେଇ ଦେଲେ ଲୋକେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡା ଗାଁରେ। ଘଟଣା ସାଂଘାତିକ ରୂପ ନେବାରୁ ଆଣ୍ଠେଇଥିବା ଜଣେ ଯୁବକ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରୁ ତତ୍ପରତାର ଦେଖାଇ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ- ବରମୁଣ୍ଡା ଗାଁର ଜଣେ ଯୁବତୀଙ୍କୁ ୨ ଯୁବକ କମେଣ୍ଟ ମାରିବାକୁ ନେଇ ଦେଖାଦେଇଥିଲା ତୀବ୍ର ଉତ୍ତେଜନା। ଏହାକୁ ନେଇ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା। ଉକ୍ତ କୋର୍ଟକୁ ଅଭିଯୁକ୍ତ ଜଣେ ଯୁବକଙ୍କୁ ପ୍ରଥମେ ଡକାଗଲା। ଏହା ପରେ ତାଙ୍କ ବାପା ଓ ଭାଇଙ୍କୁ ବି ଡକାଗଲା। ଯୁବକଙ୍କ ସମେତ ତାଙ୍କ ବାପା, ଭାଇଙ୍କୁ ବି ସର୍ବ ସମ୍ମୁଖରେ ଆଣ୍ଠେଇ ଦିଆଯିବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ କରାଯାଇଥିଲା | ଲଜ୍ଜିତ ତଥା ଅପମାନିତ ଅନୁଭବ କରି ଜଣେ ଯୁବକ ଘରକୁ ଆସି ଆତ୍ମହତ୍ୟା କରିବା ନିମନ୍ତେ ଫିନାଇଲ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।






More Stories
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..