ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହୋଇପାରେ ସିଦ୍ଦରମେୟାଙ୍କ ନେତୃତ୍ୱାଧୀନ କର୍ଣ୍ଣାଟକ କ୍ୟାବିନେଟ୍ ସମ୍ପ୍ରସାରଣ। ଏଥିରେ ୨୦ରୁ ୨୪ଜଣ ନୂଆ ମନ୍ତ୍ରୀ ସାମିଲ ହୋଇପାରନ୍ତି ବୋଲି କଂଗ୍ରେସ ଦଳୀୟ ସୂତ୍ରରୁ ଜଣାପଡ଼ିଛି । କ୍ୟାବିନେଟ୍ ସମ୍ପ୍ରସାରଣ ନିମନ୍ତେ ଆଲୋଚନା କରିବା ଲାଗି ଗୁରୁବାର ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର ଦଳର ସାଧାରଣ ସଚିବ କେ. ସି. ବେଣୁଗୋପାଳ ଏବଂ ରଣଦୀପ ସିଂହ ସୂର୍ଯ୍ୟେୱାଲାଙ୍କୁ ଭେଟିଥିଲେ । ଏହି ବୈଠକ ୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିଲା | ଏହି ବୈଠକରେ ମନ୍ତ୍ରୀପଦ ନିମନ୍ତେ କେତେକ ବିଧାୟକଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିବା କଥା ଜଣାପଡ଼ିଛି। ସମ୍ଭାବ୍ୟ ମନ୍ତ୍ରୀ ତାଲିକା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିମନ୍ତେ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିକଟକୁ ପଠାଯାଇଛି। ମେ ୨୦ ତାରିଖ ଦିନ ସିଦ୍ଦରମେୟା ଏବଂ ରାଜ୍ୟ କଂଗ୍ରେସ ସଭାପତି ଡି. କେ. ଶିବକୁମାର ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେମାନଙ୍କ ସହିତ ୮ଜଣ ବିଧାୟକ ମନ୍ତ୍ରୀ ଭାବେେ ଶପଥ ଗ୍ରହଣ କରିଥିଲେ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..