ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ ୨୮ ତାରିଖରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିଲେ ବାସବରାଜ ବୋମ୍ମଇ | ଏହା ପରେ ଆଜି କର୍ଣ୍ଣାଟକ ସରକାରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି । କ୍ୟାବିନେଟର ୨୯ ବିଧାୟକ ମନ୍ତ୍ରୀପଦର ଶପଥ ଗ୍ରହଣ କରିଛନ୍ତି । କାର୍ଣ୍ଣାଟକର ରାଜ୍ୟପାଳ ଥାବରଚନ୍ଦ ଗେହଲଟ ରାଜଭବନରେ ମନ୍ତ୍ରୀମାନଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ଉପସ୍ଥିତ ଥିଲେ । ଏହା ପୂର୍ବରୁ ନିଜର ମନ୍ତ୍ରିମଣ୍ଡଳରେ ୨୯ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ ବୋଲି କହିବା ସହ କେହି ଉପମୁଖ୍ୟମନ୍ତ୍ରୀ ରହିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋମ୍ମଇ ସୂଚନା ଦେଇଥିଲେ । ଏହା ସହ ଯେଉଁମାନେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ପୁଅ ତଥା ରାଜ୍ୟ ବିଜେପି ଉପାଧ୍ୟକ୍ଷ ଓ୍ବାଇ ବିଜୟେନ୍ଦ୍ର ସାମିଲ ହେବେ ନାହିଁ ବୋଲି ମଧ୍ୟ ସେ କହିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଏସ ୟେଦିୟୁରପ୍ପାଙ୍କ ସରକାରରେ ୩ ଜଣ ଉପମୁଖ୍ୟମନ୍ତ୍ରୀ ଥିଲେ କିନ୍ତୁ ଦଳର ଶୀର୍ଷ ନେତୃତ୍ବଙ୍କ ନିର୍ଦ୍ଦେଶ କ୍ରମେ ଏଥର କେହି ଉପମୁଖ୍ୟମନ୍ତ୍ରୀ ହେବେ ନାହିଁ । ମନ୍ତ୍ରିମଣ୍ଡଳରେ ୭ ମନ୍ତ୍ରୀ ଅନ୍ୟ ପଛୁଆ ବର୍ଗର ହୋଇଥିବା ବେଳେ ୩ ଏସସି ଏବଂ ଜଣେ ଏସଟି, ୭ ବୁକ୍କାଲିଗା ସମୁଦାୟ, ୮ ଲିଙ୍ଗାୟତ ସମୁଦାୟ, ଜଣେ ରେଡ୍ଡୀ ସମୁଦାୟ ଏବଂ ଜଣେ ମହିଳା ସାମିଲ ହୋଇଥିବା ନେଇ ବସବରାଜ ବୋମ୍ମଇ କହିଛନ୍ତି ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..