ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ସେ କହିଥିଲେ କି ଜୁଲାଇ ୨୫କୁ ତାଙ୍କ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବ ମଞ୍ଚରେ ଭାବବିହ୍ବଳ ହୋଇ କୋହଭରା କଣ୍ଠରେ ୟେଦିୟୁରପ୍ପା କହିଲେ, ଅଟଳବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ମତେ କେନ୍ଦ୍ରରେ ମନ୍ତ୍ରୀ ହେବାକୁ କହିଥିଲେ। କିନ୍ତୁ, କର୍ଣ୍ଣାଟକରେ ମନ୍ତ୍ରୀ ହେବି ବୋଲି ମୁଁ କହିଥିଲି। ଏହାସହ ୭୫ ବର୍ଷ ବୟସରେ ୨ ବର୍ଷ ପାଇଁ ତାଙ୍କୁ ଦଳର ନେତୃତ୍ୱ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଆହୁରି କହିଛନ୍ତି କି କେନ୍ଦ୍ର ନେତାମାନଙ୍କ ଅଶା ମୁତାବକ ରାଜ୍ୟରେ ପାର୍ଟିକୁ ମଜବୁତ କରିବା ପାଇଁ ସେ କାମ କରିବେ ବୋଲି ୟେଦିୟୁରପ୍ପା କହିଛନ୍ତି ।ସେ ତାଙ୍କ ଭାଷଣରେ କହିଥିଲେ କି ସେ ଆରମ୍ଭରୁ ଅଗ୍ନିପରୀକ୍ଷାକୁ ସାମ୍ନା କରିଛନ୍ତି । କଠିନ ପରିସ୍ଥିତି ମଧ୍ୟରେ ୨ ବର୍ଷ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାମ କରିଛନ୍ତି । ଅନ୍ୟପଟେ ୟେଦିୟୁରପ୍ପାଙ୍କ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଦୌଡରେ କିଛି ବିଜେପି ନେତାଙ୍କ ନାମ ଆସିଛି । ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ବି.ଏଲ ସନ୍ତୋଷ, ସିଟି ରବି, ବାସବରାଜ ବେମ୍ମୋଇ, ଅରବିନ୍ଦ ବେଲାଡଙ୍କ ନାମ ଚର୍ଚ୍ଚା ହେଉଛି ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……