ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି | ୫ ରାଉଣ୍ଡ ଗଣତି ସୁଦ୍ଧା କଂଗ୍ରେସ ଆଗରେ ରହିଛି ୧୧୪ , ବିଜେପି ୭୯, ଜେଡିଏସ ୨୬ , ଅନ୍ୟାନ ୫ ରହିଛି | ରାଜ୍ୟର ୩୬ଟି କେନ୍ଦ୍ରରେ ଭୋଟ ଗଣତି ଜାରିରହିଛି । ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୋଟ ଗଣତିକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ଜିଲାରେ ୧୪୪ଧାରା ଜାରି କରାଯାଇଛି । ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବେଙ୍ଗାଲୁରୁ ସହର ସହିତ ସମଗ୍ର ଜିଲାରେ ୧୪୪ଧାରା ବଳବତ୍ତର ରହିବ। ସେହିପରି ବେଙ୍ଗାଲୁରୁ ପୋଲିସ ଆୟୁକ୍ତ ଅଞ୍ଚଳରେ ଶନିବାର ମଦବିକ୍ରିକୁ ନିଷିଦ୍ଧ କରାଯାଇଛି। ରାଜ୍ୟର ୨୨୪ ଆସନ ପାଇଁ ବୁଧବାର ଭୋଟ ଗ୍ରହଣ ହୋଇଥିଲା।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..