ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚାକିରିର ପ୍ରଥମ ଦିନରେ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଭାରତୀୟ ପୋଲିସ ସେବା (ଆଇପିଏସ୍)ର ଜଣେ ଅଧିକାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି କର୍ଣ୍ଣାଟକରେ | ପୋଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, କର୍ଣ୍ଣାଟକ କ୍ୟାଡର ୨୦୨୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ହର୍ଷବର୍ଦ୍ଧନଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ତାଙ୍କର ବୟସ ମାତ୍ର ୨୬ ବର୍ଷ । ରବିବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ହାସନ ଅଞ୍ଚଳର କିଟ୍ଟାନେ ନିକଟରେ ପୋଲିସ ଗାଡିର ଟାୟାର ଫାଟିବା ପରେ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବା ପରେ ଗାଡିଟି ରାସ୍ତାକଡରେ ଏକ ଘର ଓ ଗଛ ସହ ଧକ୍କା ହୋଇଥିଲା । ସୋମବାର କାର୍ଯ୍ୟରେ ଯୋଗ ଦେଇ ଥାନ୍ତେ, ମାତ୍ର ଏଭଳି ଦୁଃଖଦ ଘଟଣା ଘଟିଥିଲା । ହର୍ଷବର୍ଦ୍ଧନଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ମାତ୍ର ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ହର୍ଷବର୍ଦ୍ଧନ ମୈସୁର କର୍ଣ୍ଣାଟକ ପୋଲିସ ଏକାଡେମୀରେ ତାଲିମ ସମାପ୍ତ କରିଥିଲେ। ହର୍ଷବର୍ଦ୍ଧନଙ୍କ ପରିବାର ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ ରୁହନ୍ତି। ସେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି ଏବଂ ୨୦୨୨-୨୩ କର୍ଣ୍ଣାଟକ କ୍ୟାଡର ବ୍ୟାଚର ଆଇପିଏସ୍ ଅଧିକାରୀ ଥିଲେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅଧିକାରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଏହି ଭୟଙ୍କର ଦୁର୍ଘଟଣାରେ ଆଇପିଏସ୍ ଅଧିକାରୀ ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..