ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନାବାଳିକାଙ୍କ ଦୁଷ୍କର୍ମ ମାମଲାରେ ଗିରଫ ହେଲେ ଲିଙ୍ଗାୟତ ସମ୍ପ୍ରଦାୟ ତଥା ଚିତ୍ରଦୁର୍ଗା ଜିଲ୍ଲାରେ ଥିବା ଜଗତଗୁରୁ ମୁରୁଗରାଜେନ୍ଦ୍ର ବିଦ୍ୟାପୀଠ ମଠର ମୁଖ୍ୟ ପୂଜକ ଶିବମୂର୍ତ୍ତି ମୁରୁଘା ଶାରନାରୁ। ଦୁଷ୍କର୍ମ ଅଭିଯୋଗରେ ତାଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଥିଲା। ତେବେ ଏହି ମାମଲାରେ ପୋଲିସ ତାଙ୍କୁ କେବଳ ପଚରାଉଚରା କରି ଛାଡ଼ିଦେଇଥିଲା। ଏହି ଘଟଣା ପରେ ତାଙ୍କ ଗିରଫ ନେଇ କର୍ଣ୍ଣାଟକରେ ଆନ୍ଦୋଳନ ହୋଇଥିଲା । ଶିବମୂର୍ତ୍ତିଙ୍କୁ ଗିରଫ କରିବା କୁ ଦାବି କରିଥିଲେ ଲୋକେ । ହେଲେ ଶିବମୂର୍ତ୍ତିଙ୍କର ଲିଙ୍ଗାୟତ ସମ୍ପ୍ରଦାୟର ପ୍ରଭାବ ଥିବାରୁ ସରକାର ନିରବ ରହୁଥିଲେ ବୋଲି ଅଭିଯୋଗ ହେଉଥିଲା। ଶେଷରେ ଜନତାଙ୍କ ଚାପରେ ଆସି ସରକାର ତାଙ୍କୁ ଗିରଫ କରିଥିବା କୁହାଯାଉଛି।






More Stories
ଆଗୁଆ ଇନ୍ଷ୍ଟଲ ହେବନି ‘ସଞ୍ଚାର ସାଥୀ’…..
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..