ରିପୋର୍ଟ କାର୍ଡ / କଟକ
ଚଳିତ ମାସ ୧୯ ତାରିଖରେ ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା। ଏହା ପୂର୍ବରୁ କଟକରେ ଜାରି ହୋଇଛି କଟକଣା। ଚଳିତ ବର୍ଷ ସର୍ବସାଧାରଣ ସ୍ଥାନରେ କେହି ବୁଡ଼ ପକାଇପାରିବେ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ଗାଇଡଲାଇନ୍ ଜାରି କରିଥିଛନ୍ତି | ଏନେଇ ଆଜି କଟକ ଡିସିପି ପ୍ରତୀକ ସିଂଙ୍କ ଏନେଇ ସୂଚନା ଦେଇଛନ୍ତି। ଡିସିପିଙ୍କ ସୂଚନା ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ଜଳାଶୟ କୂଳରେ ଲୋକଙ୍କର ପ୍ରବଳ ସମାଗମ ହୋଇଥାଏ। ତେଣୁ ଲୋକଙ୍କ ସୁରକ୍ଷା ଓ କୋଭିଡ୍ ବ୍ୟାପିବା ଆଶଙ୍କାରେ କେହି ଜଳାଶୟକୁ ଯାଇ ଡଙ୍ଗା ଭସାଇ ପାରିବେ ନାହିଁ। ଏହାସହ ବୁଡ଼ ପକାଇ ପାରିବେ ନାହିଁ। ଏନେଇ SRCଙ୍କ ପାଖରୁ ଗାଇଡଲାଇନ୍ ଆସିଛି। ଯେପରି ସର୍ବସାଧାରଣ ସ୍ଥାନରେ ଭିଡ଼ ନ ହେବ, ସେଥିପତି ପୁଲିସ ପ୍ରଶାସନ ନଜର ରଖିବ। ସୂଚନାଯୋଗ୍ୟ, କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ ଓଷା ପାଇଁ ବିଏମ୍ସି ପକ୍ଷରୁ କଟକଣା ଜାରି କରାଯାଇଛି। କୋଭିଡ ସଂକ୍ରମଣକୁ ଏଡାଇବାକୁ ଆସନ୍ତା ୧୯ ତାରିଖ ପାଇଁ ବିଏମ୍ସି ପକ୍ଷରୁ ଜାରି ହୋଇଛି ଏହି କଟକଣା। ରାଜଧାନୀର ବିନ୍ଦୁ ସାଗର, ନଦୀ ଘାଟ, ଜଳାଶୟରେ ଏକାଠି ହେବାକୁ ବାରଣ କରାଯାଇଛି। ବିଏମ୍ସି ଅଧୀନ ସମସ୍ତ ମନ୍ଦିରରେ ଉତ୍ସବ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି କରାଯାଇଛି।






More Stories
ଘରୋଇ ବସ୍ ମାଲିକ ସଂଘର ଚେତାବନୀ…..
ପ୍ରେମ ପାଇଁ ଥାର ଚଢ଼ାଇ ହତ୍ୟା…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……