ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଖିମପୁର ଖେରିଠାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ୪ ଜଣ ଆନ୍ଦୋଳନରତ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ନେଇ ଅଭିଯୋଗ ହୋଇଥିଲା। ଏନେଇ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଲଖିମପୁର ଖେରିର ଜିଲ୍ଲା କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଥିବା ଜଣାପଡ଼ିଛି। ତାଙ୍କ ସହ ଗିରଫ ଅନ୍ୟ ୨ଜଣ ଅଭିଯୁକ୍ତ ଆଶିଷ ପାଣ୍ଡେ ଏବଂ ଲବକୁଶ ରାଣାଙ୍କ ଜାମିନ ଆବେଦନ ମଧ୍ୟ କୋର୍ଟ ଖାରଜ କରିଛନ୍ତି। ଘଟଣାଟି ଅତ୍ୟନ୍ତ ଗମ୍ଭୀର ଏବଂ ଏବେ ତଦନ୍ତ ଚାଲିଥିବାରୁ ଅଭିଯୁକ୍ତଙ୍କୁ ଜାମିନ ଦେବା ଅସମ୍ଭବ ବୋଲି କହି ଜାମିନ ଆବେଦନ ନାମଞ୍ଜୁର କରିଛନ୍ତି ବିଚାରପତି। ଏହାପୂର୍ବରୁ ଲଖିମପୁର ଖେରିର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଚିନ୍ତା ରାମ ଆଶିଷ ମିଶ୍ରାଙ୍କ ଜାମିନ ନାମଞ୍ଜୁର କରିଥିଲେ। ଉଲ୍ଲେଖଯୋଗ୍ୟ, ଅକ୍ଟୋବାର ୩ରେ ଘଟଣା ଘଟିବା ପରେ ଅକ୍ଟୋବର ୯ରେ ଆଶିଷ ମିଶ୍ରା ୟୁପି ପୋଲିସର ନୋଟିସ ପାଇ କ୍ରାଇମ ବ୍ରାଞ୍ଚ ଅଫିସରେ ହାଜର ହୋଇଥିଲେ। ଏହା ପରେ ତାଙ୍କୁ ୧୨ଘଣ୍ଟା କାଳ ପଚରାଉଚରା କରାଯାଇଥିଲା। ହେଲେ ପୋଲିସ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇନପାରିବାରୁ ପୋଲିସ ଆଶିଷଙ୍କୁ ଗିରଫ କରିଥିଲା।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..