Report Card Odisha

| Daily Odia News

ଆଜିଠୁ ୫ଦିନିଆ ରିମାଣ୍ଡରେ ଯିବ ଈଶାନ ବୁଖାରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର  

ମଙ୍ଗଳବାର ଠାରୁ ଓଡ଼ିଶାରେ ଧରାପଡିଥିବା କଶ୍ମୀରୀ ସନ୍ଦିଗ୍ଧ ଈଶାନ ବୁଖାରୀ କୁ ୫ ଦିନିଆ ରିମାଣ୍ଡରେ ନିଆଯିବ | ଏସ୍‌ଟିଏଫ୍‌ ପକ୍ଷରୁ ୭ଦିନିଆ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟ ୫ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ରିମାଣ୍ଡ ସମୟରେ ତାର ଆତଙ୍କୀ ଲିଙ୍କ୍‌ ଓ ଅପରାଧ ସାମ୍ରାଜ୍ୟର ଗୁମର ଖୋଲିବା ପାଇଁ ସମସ୍ତ ଦିଗକୁ ନେଇ ବ୍ଲୁ-ପ୍ରିଣ୍ଟ୍‌ ‌ପ୍ରସ୍ତୁତ କରିସାରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌। ଏଥିପାଇଁ ଏସ୍‌ଟିଏଫ୍‌ର ଟେକ୍ନିକାଲ୍‌, ଇଣ୍ଟେଲିଜେନ୍ସି ସମେତ ୩ଟି ଟିମ୍‌ ତାକୁ ମାରାଥନ ଜେରା କରିବେ। ସେ କେମିତି ଓ କେବେଠାରୁ ଆତଙ୍କୀ ଲିଙ୍କ୍‌ରେ ଆସିଥିଲା | କେବଳ ପାକିସ୍ତାନ ଓ କେରଳର ସନ୍ଦିଗ୍ଧଙ୍କ ସହ ସମ୍ପର୍କରେ ଥିଲା ନା ଅନ୍ୟ ଆତଙ୍କୀ ଓ ଆଇଏସ୍‌ଆଇ ଏଜେଣ୍ଟ୍‌ଙ୍କ ସହ ଯୋଗାଯୋଗରେ ଥିଲା | ଏ ସମସ୍ତ ଦିଗକୁ ନେଇ ଅନେକ କଥା ୩ଟିମ୍‌ ଈଶାନକୁ ପଚାରିବେ। ସେହିପରି ଏନ୍‌ଆଇଏ, ଆଇବି ଓ ଅନ୍ୟ ରାଜ୍ୟ ପୋଲିସ କୁ ମଧ୍ୟ ରିମାଣ୍ଡ ମିଳିଥିବା ନେଇ ସୂଚନା ଦିଆଯାଇଛି। ତେବେ ସିଡିଆର୍‌, ଏସ୍‌ଡିଆର, ଏଫ୍‌ଆଇୟୁ ରିପୋର୍ଟ ମିଳିନଥିବା ବେଳେ , ବୁଖାରୀର ଦୁଇଟି ମୋବାଇଲ୍‌କୁ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯାଇଛି। ମୋବାଇଲ୍‌ରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବା ଅନୁମାନ କରାଯାଉଛି।

Breaking News