ରିପୋର୍ଟ କାର୍ଡ / କାଠମାଣ୍ଡୁ / ଭୁବନେଶ୍ୱର
ଶ୍ରୀଜଗନ୍ନାଥ ପଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ନେପାଳ ରାଜଧାନୀ କାଠମାଣ୍ଡୁ ସହରରେ ଥିବା ଶ୍ରୀପଶୁପତିନାଥଙ୍କ ମନ୍ଦିର ନିକଟ ରେ ମହାପ୍ରଭୁଙ୍କ ଦେଶ ବାହାରେ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଅନୁଷ୍ଠିତ ହୋଇଯାଇଛି | ଶେଷ ପର୍ଯ୍ୟାୟରେ ନେପାଳ ଓ ଦିଲ୍ଲୀ ରୁ ବହୁ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ | ଓଡ଼ିଶା ରୁ ବହୁ ଜଗନ୍ନାଥ ପ୍ରେମୀ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀପଶୁପତିନାଥଙ୍କ ପୂଜାକରି ଦର୍ଶନ କରିଥିଲେ | ପୂଜ୍ୟ ସଭାପତି ଶ୍ରୀରାମକୃଷ୍ଣ ମହାରାଜ, ରାଧାବଲ୍ଲଭ ମଠ ପୁରୀ, କାର୍ଯ୍ୟକାରୀ ସଭାପତି ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଓ ଶ୍ରୀପଶୁପତିନାଥଙ୍କ ମୁଖ୍ୟ ପୂଜକ ମୂଲ ଭଟ୍ଟ ଉଦଘାଟିତ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ପଶୁପତି ନାଥ ମନ୍ଦିର ର ପୂର୍ବ ମୁଖ୍ୟ କାର୍ଯୟନିର୍ବାହୀ ଅଧିକାରୀ ରମେଶ ଜି ଓ ପରିବାର ,ପଶୁପତି ଅନୁସନ୍ଧାନ ସଂସ୍ଥାନ ର ଅଧ୍ୟକ୍ଷ ମହୋଦୟ, ସମ୍ପାଦକ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ପୂର୍ଣ୍ଣ ସହଯୋଗ ନିମନ୍ତେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ | ପୂଜ୍ୟ ସଭାପତି ଶ୍ରୀରାମକୃଷ୍ଣ ମହାରାଜ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକ, ନିରଞ୍ଜନ ଦାଶ, ବୈକୁଣ୍ଠ ମହାପାତ୍ର, ନାରାୟଣ ମହାପାତ୍ର ସମ୍ପାଦକ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ,କୁନି ପ୍ରବଚକ କେଶବ କୃଷ୍ଣଜି,ଗୌରାଙ୍ଗ ନାୟକ ପ୍ରମୁଖଙ୍କୁ କାର୍ଯ୍ୟକ୍ରମ ର ସଫଳ ଆୟୋଜନ ପାଇଁ ନେପାଳି ଟୋପି ପିନ୍ଧାଇ ସମ୍ମାନୀତ କରିଥିଲେ | କାର୍ଯ୍ୟକ୍ରମ ରେ ଜଗନ୍ନାଥ ପ୍ରେମୀମାନେ ତାଙ୍କର ବ୍ୟକ୍ତିଗତ ଅନୁଭୁତି ପ୍ରକାଶ କରିଥିଲେ, ଅନୁଷ୍ଠାନର କର୍ମକର୍ତ୍ତା, ସଦସ୍ୟ ଓ ସଦସ୍ୟା ମାନେ ଶ୍ରୀରାମକୃଷ୍ଣ ମହାରାଜ ଓ ବାବା ସତ୍ୟାନନ୍ଦ ଦାସ ମହାରାଜଙ୍କ ଅଶ୍ରିବଚନ ବହୁତ ଆନନ୍ଦ ପ୍ରଦାନ କରିଥିଲା ବୋଲି ପ୍ରକାଶ କରି ପ୍ରଣାମ ଜଣାଇଥିଲେ | ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଳତି ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମ କୁ ସମାପ୍ତ କରାଯାଇଥିବା ସୂଚନା ମିଳିଛି |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..