ରିପୋର୍ଟକାର୍ଡ / ନୂଆଦିଲ୍ଲୀ
କେଦାରନାଥ ବାବାଙ୍କ ମନ୍ଦିରର ମୁଖ୍ୟଫାଟକ ଆଜି ଭକ୍ତଙ୍କ ପାଇଁ ଖୋଲା ଯାଇଛି। ୧୩ କ୍ଵିଣ୍ଟାଲ ଫୁଲରେ ଝଲସୁଛି ପୁରା ମନ୍ଦିର। ଆଜି ସକାଳ ୭ଟାରେ ରୀତି ନୀତି ସହ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା। ଏହି ସମୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଉପସ୍ଥିତ ରହିଥିଲେ। ପୁରୋହିତଙ୍କ ଦ୍ଵାରା ବୈଦିକ ସ୍ତୁତିଗାନ ଏବଂ ଭକ୍ତଙ୍କ ଜୟ ଧ୍ବନୀ ମଧ୍ୟରେ ଦ୍ଵାରା ଖୋଲାଯାଇଥିଲା। ବାବାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି। ସେପଟେ ଚାରିଧାମ ଯାତ୍ରା ପାଇଁ ଭକ୍ତଙ୍କ ଲାଗି ପୋର୍ଟାଲ ବି ଖୋଲାଯାଇଛି। ସେହିପରି ଆସନ୍ତା ୪ ତାରିଖରେ ବଦ୍ରିନାଥ ଧାମ ଖୋଲିବ।






More Stories
ବାଂଲାଦେଶ ହିଂସା:ଆଉ ଜଣେ ମୃତ…..
୪୩୦୦ କୋଟିରେ ବିକ୍ରି ହେଲା ପାକ୍ ଏୟାରଲାଇନ୍…..
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଙ୍କ ଜନ୍ମବାର୍ଷିକୀ:ଶ୍ରଦ୍ଧାଞ୍ଜଳୀ ଦେଲେ ପିଏମ୍ ମୋଦୀ……