ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ ପବନ ହୋଇଛି । ଜାଫରପୁର କଲାରେ ଏକ ଘର ଉପରେ ଗଛ ପଡ଼ିବା ଯୋଗୁଁ ଜଣେ ମହିଳା ଓ ତାଙ୍କର ତିନି ଶିଶୁଙ୍କର ମୃତ୍ୟୁ ହୋଇଛି। ଖରାପ ପାଗ ଯୋଗୁଁ ବିମାନ ସେବା ପ୍ରଭାବିତ ହୋଇଛି। ବର୍ଷା ଯୋଗୁଁ ୪୦ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି। ୧୦୦ରୁ ଅଧିକ ବିମାନ ଚଳାଚଳରେ ବିଳମ୍ବ ହୋଇଛି। ପ୍ରବଳ ବର୍ଷା ଜାରି ରହିଥିବାରୁ ଦିଲ୍ଲୀ ଏନସିଆରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଛି। ଯାହାଫଳରେ ଦିଲ୍ଲୀ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ଏପରିକି ଯାତାୟାତ ମଧ୍ୟ ପୁରା ଠପ୍ ହୋଇପଡିଛି। ସେପଟେ ଦିଲ୍ଲୀ ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।






More Stories
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..
ଇବୋଲା ଭାଇରସ କୁ ନେଇ ଭାରତ ଜାରି କଲା ଆଡଭାଇଜରୀ…..
ରେଲୱେ ଟ୍ରାକରେ ବିସ୍ଫୋରଣ,୨୩ ମୃତ,୪୭ ଆହତ…..