Report Card Odisha

| Daily Odia News

କଂଗ୍ରେସ ଆମକୁ ସମର୍ଥନ କରିବା ଦରକାର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଆସନ୍ତାକାଲି ବିହାରରେ ପାଟନାରେ ବଡ଼ ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକ ଜରିଆରେ ବିରୋଧୀ ଦଳଗୁଡ଼ିକ ନିଜର ଶକ୍ତିପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଏହା ପୂର୍ବରୁ ଦିଲ୍ଲୀ ଓ ପଞ୍ଜାବର କ୍ଷମତାସୀନ ଆମ ଆଦମୀ ପାର୍ଟି କଂଗ୍ରେସକୁ ଚମରବାଣୀ ଶୁଣାଇଛି। ଯଦି କଂଗ୍ରେସ ଦିଲ୍ଲୀ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ ନ କରିବ, ତା’ହେଲେ ଆପ୍‌ ଆସନ୍ତାକାଲି ବିରୋଧୀଙ୍କ ବଡ଼ ବୈଠକରେ ଯୋଗ ଦେବ ନାହିଁ ବୋଲି ମନାକରି ଦେଇଛି । ଏବେ ବିରୋଧୀଙ୍କୁ ଏକାଠି କରିବାକୁ ମଙ୍ଗ ଧରିଥିବା କଂଗ୍ରେସ ସହଯୋଗୀ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଚିନ୍ତା ବଢ଼ିଛି। ସେ ହିଁ କଂଗ୍ରେସ ଓ ଆପ୍‌କୁ ଗୋଟିଏ ମଞ୍ଚରେ ଏକାଠି କରିବାକୁ ଉଦ୍ୟମ କରୁଛନ୍ତି। ଆପ୍‌ ପକ୍ଷରୁ କୁହାଯାଇଛି ଯେ “ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସ ଆମକୁ ଯେମିତି ହେଲେ ସମର୍ଥନ କରିବା ଦରକାର। ଯଦି କଂଗ୍ରେସ ଆମକୁ ସମର୍ଥନ ନ କରିବ, ତା’ହେଲେ ଆମେ ବିରୋଧୀଙ୍କ ବୈଠକକୁ ବୟକଟ କରିବୁ। କେବଳ ସେତିକି ନୁହେଁ, ଭବିଷ୍ୟତରେ ବିରୋଧୀଙ୍କ କୌଣସି ବୈଠକରେ ମଧ୍ୟ ଆପ୍‌ ଯୋଗ ଦେବନାହିଁ।” ଦିଲ୍ଲୀ ପ୍ରଶାସନିକ କ୍ଷମତାକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଗତମାସରେ ଅଧ୍ୟାଦେଶ ଜାରି କରିଛନ୍ତି। ପ୍ରଥମେ ସୁପ୍ରିମକୋର୍ଟ ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ନିର୍ବାଚିତ ଆପ୍‌ ସରକାରଙ୍କ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାକୁ ମାତ୍‌ ଦେବା ପାଇଁ କେନ୍ଦ୍ର ସରକାର ଏପରି ଅଧ୍ୟାଦେଶ ଆଣିଥିବା ଆପ୍‌ କହିଛି।

Breaking News