ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠୁ ୨ଦିନିଆ ଗୋଆ ଗସ୍ତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏହା ହେଉଛି କେଜ୍ରିଓ୍ବାଲ ଙ୍କ ୪ର୍ଥ ଗୋଆ ଗସ୍ତ | ଏ ନେଇ ଏକ ବିଶେଷ ସୁତ୍ରରୁ ସୂଚନା ମିଳିଛି । ୨୦୨୨ ବିଧାନସଭା ନିର୍ବାଚନ କୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ଗୋଆ ଉପରେ ନଜର ରଖିଛନ୍ତି । ତେବେ ରବିବାର ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମାଣ୍ଟକ ଭଣ୍ଡାରୀ ସମ୍ପ୍ରଦାୟର ସଦସ୍ୟଙ୍କ ମୁଖ୍ୟାଳୟରେ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଲଢିବ ବୋଲି ଘୋଷଣା କରିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ୩ ଥର ଗୋଆ ଗସ୍ତ କରିସାରିଥିବା ବେଳେ ଆଜି ଚତୁର୍ଥ ଥର ପାଇଁ ଗୋଆ ଗସ୍ତରେ ଯିବେ । ପୂର୍ବରୁ ଗସ୍ତ ସମୟରେ ସେ ମାଗଣା ବିଦ୍ୟୁତ୍ , ଏବଂ ଚାକିରି ଗ୍ୟାରେଣ୍ଟି ଘୋଷଣା କରିଥିଲେ।






More Stories
ବିହାର ହାର୍ ପାଇଁ ଆରଜେଡି ଦାୟୀ…..
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ଆଉ ଥରେ ହେଉ ନୂଆପଡ଼ା ଉପନିର୍ବାଚନ:କଂଗ୍ରେସ…..