Report Card Odisha

| Daily Odia News

କେନ୍ଦ୍ର ବିରୋଧରେ କେଜ୍‌ରିୱାଲଙ୍କ ଅନ୍ଦୋଳନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମ ଆଦମୀ ପାର୍ଟି (AAP)ର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ ପାଇଁ ବାହାରିଛନ୍ତି। ତାଙ୍କ ସହ ଏଏପିର ନେତା ଓ କର୍ମୀମାନେ ମଧ୍ୟ ସାମିଲ ହୋଇଛନ୍ତି। ତେବେ ଦିଲ୍ଲୀ ପୋଲିସ ଫିରୋଜ ଶାହା ରୋଡ୍‌ରେ ହିଁ କେଜ୍‌ରିୱାଲଙ୍କ ମାର୍ଚ୍ଚକୁ ଅଟକାଇ ଦେଇଛି। ଏହା ପରେ କେଜ୍‌ରିୱାଲ ଓ ତାଙ୍କ ସମର୍ଥକମାନେ ରାସ୍ତା ଉପରେ ଧାରଣାରେ ବସିଥିବା ଜଣାପଡିଛି। ପୋଲିସର ଅଭିଯୋଗ ଅନୁସାରେ, ଏହି ମାର୍ଚ୍ଚ ପାଇଁ ଅରବିନ୍ଦ କେଜ୍‌ରିୱାଲ କୌଣସି ଅନୁମତି ନେଇନଥିଲେ। ଇଥାନଲ ମିଶ୍ରିତ ଇନ୍ଧନ (E20 ପେଟ୍ରୋଲ)କୁ ନେଇ ଆମ ଆଦମୀ ପାର୍ଟି ଏହି ଆନ୍ଦୋଳନ ଆରମ୍ଭ କରିଛି।ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, E20 ପେଟ୍ରୋଲକୁ ଦେଶବାସୀଙ୍କ ଉପରେ ଜବରଦସ୍ତି ଲାଗୁ କରାଯାଉଛି। ଏହା ଦ୍ୱାରା ସାଧାରଣ ଲୋକ ଏବଂ କୋଟି କୋଟି ଗାଡ଼ି ମାଲିକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କୁ E20 ପେଟ୍ରୋଲ ଲାଗୁ କରିବା ପୂର୍ବରୁ ଦେଶର ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବା ଉଚିତ ଥିଲା। ଏହାର ଲାଭ ସହିତ କ୍ଷତି ସମ୍ପର୍କରେ ମଧ୍ୟ ଲୋକଙ୍କୁ ସୂଚନା ଦେବା ଆବଶ୍ୟକ ଥିଲା। କିନ୍ତୁ ସରକାର କେବଳ ନିଜ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହାକୁ ଜନସାଧାରଣଙ୍କ ଉପରେ ଲାଗୁ କରିଦେଇଛନ୍ତି ଏବଂ ଲୋକଙ୍କ ଚିନ୍ତାକୁ ଅଣଦେଖା କରିଛନ୍ତି।

Breaking News