Report Card Odisha

| Daily Odia News

ସମୁଦ୍ରରୁ ଧରାପଡ଼ିଲା ସନ୍ଦିଗ୍ଧ ପାରା,ଗୋଡ଼ରେ ଲାଗିଛି ଟ୍ୟାଗ୍…..

ରିପୋର୍ଟ କାର୍ଡ / କେନ୍ଦ୍ରାପଡ଼ା

ଏକ ସନ୍ଦିଗ୍ଧ ପାରା କୁ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଧରିଛନ୍ତି। ପାରାର ୨ ଗୋଡରେ ଟ୍ୟାଗ ଲଗାଯିବା ସହ ଇଂରାଜୀରେ କିଛି ଶବ୍ଦ ଏବଂ କୋଡ୍ ଲେଖାଯାଇଛି। ଗୁପ୍ତଚର କାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା ବୋଲି ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ରପଡ଼ାରୁ ଏହି ସନ୍ଦିଗ୍ଧ ପାରା ଧରାପଡିଛି | ମହାକାଳପଡା ଜମ୍ବୁ ଗାଁର ରତନ ଦାସ ନାମକ ଜଣେ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ପାରାଟି ଗଭୀର ସମୁଦ୍ରରେ ଉଡ଼ି ଆସି ରତନଙ୍କ ମାଛଧରା ବୋଟରେ ବସିଥିଲା। ରତନ ଏହି ସନ୍ଦିଗ୍ଧ ପାରାଟିକୁ ଧରି ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ।

Breaking News