Report Card Odisha

| Daily Odia News

ବୈଜୟନ୍ତଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / କେନ୍ଦ୍ରାପଡା

୧୦ ବର୍ଷ ସାଂସଦ କରି ପଠାଇଥିଲି। ହେଲେ ଅଞ୍ଚଳ ପାଇଁ କି ଲୋକଙ୍କ ପାଇଁ କାମ କଲେ ନାହିଁ। ବରଂ ନିଜ କମ୍ପାନୀ ପାଇଁ କାମ କଲେ। ଆଜି କେନ୍ଦ୍ରାପଡାରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତରି ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କରିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ବିଭିନ୍ନ ଯୋଜନା ସମ୍ପର୍କରେ ପଚାରି ବୁଝିବା ସହ ଜୁଲାଇରୁ ବିଜୁଳି ବିଲ୍‌‌ ଆସିବ ନାହିଁ ବୋଲି ନବୀନ କହିଛନ୍ତି। ବିଜେଡି ସରକାର ମାଗଣା ବିଜୁଳି ଦେବେ। ଏହାସହ ବିରୋଧୀ ଦଳ ମିଛ କହିବା ସହ ଅପପ୍ରଚାର କରୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କେନ୍ଦ୍ରାପଡାରୁ ଜଣଙ୍କୁ ୧୦ବର୍ଷ ସାଂସଦ କରି ପଠାଇଥିଲୁ। ସେ କେନ୍ଦ୍ରାପଡା ପାଇଁ କାମ କରିବା ପରିବର୍ତ୍ତେ ନିଜ କମ୍ପାନି ପାଇଁ କାମ କରିଥିଲେ। କେନ୍ଦ୍ରାପଡାବାସୀଙ୍କ ସହ ବିଶ୍ୱାସଘାତକତା କଲେ କହି ପରୋକ୍ଷରେ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୋଡି ଶଙ୍ଖରେ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ନବୀନ।

Breaking News