Report Card Odisha

| Daily Odia News

ଜଙ୍ଗଲରେ ଝୁଲୁଛି ଅଜଣା ମୃତଦେହ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

କେନ୍ଦୁଝର ଜିଲ୍ଲା ଧୋବାଡିହା ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଅଜଣା ମୃତଦେହ ଠାବ ହୋଇଛି । ତେଲକୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କେହି ହତ୍ୟା କରି ଟାଙ୍ଗୀ ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହଟି ୫/୬ ଦିନ ପୂର୍ବରୁ ବୋଲି ଜଣାପଡୁଥିବା ବେଳେ ଜଙ୍ଗଲର ଏକ ଶାଳଗଛରେ ଝୁଲିକି ରହିଛି। ଝୁଲନ୍ତା ମୃତଦେହର ପରିଚୟ ଜଣା ପଡ଼ିନାହିଁ  | ତେଲକୋଇ ଥାନାରେ ନିଖୋଜ ନେଇ କୌଣସି ଅଭିଯୋଗ ହୋଇନଥିବା ପୋଲିସ କହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 

Breaking News