ରିପୋର୍ଟ କାର୍ଡ / ଭୁବନେଶ୍ଵର
କେନ୍ଦୁଝର ଜିଲ୍ଲା ଧୋବାଡିହା ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଅଜଣା ମୃତଦେହ ଠାବ ହୋଇଛି । ତେଲକୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କେହି ହତ୍ୟା କରି ଟାଙ୍ଗୀ ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହଟି ୫/୬ ଦିନ ପୂର୍ବରୁ ବୋଲି ଜଣାପଡୁଥିବା ବେଳେ ଜଙ୍ଗଲର ଏକ ଶାଳଗଛରେ ଝୁଲିକି ରହିଛି। ଝୁଲନ୍ତା ମୃତଦେହର ପରିଚୟ ଜଣା ପଡ଼ିନାହିଁ | ତେଲକୋଇ ଥାନାରେ ନିଖୋଜ ନେଇ କୌଣସି ଅଭିଯୋଗ ହୋଇନଥିବା ପୋଲିସ କହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।






More Stories
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..
ତଦନ୍ତ ଫାଇଲ ଗାଏବ କୁ ନେଇ FIR….
ଶ୍ୱଶୁର,ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ…..