ରିପୋର୍ଟ କାର୍ଡ / କେନ୍ଦୁଝର
ଫିଲ୍ମ ଷ୍ଟାଇଲରେ ପୋଲିସକୁ କାମୁଡ଼ି ଚମ୍ପଟ ମାରିଲା ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ। ଅଭିଯୁକ୍ତ ଜଣଙ୍କ ହେଲେ ରାମଚନ୍ଦ୍ରପୁର ବାତୋ ପଞ୍ଚାୟତ କରଡ଼ାପାଳ ଗାଁରେ ପ୍ରଦୂଷ ବରାଳ। ସୂଚନା ଅନୁଯାୟୀ, ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ମାମଲାରେ ଦୀର୍ଘଦିନ ଧରି ଫେରାର ଥିଲା ପ୍ରଦୂଷ। ପ୍ରଦୂଷ ଗାଁରେ ଥିବା ପୋଲିସକୁ ଖବର ପାଇଥିଲା। ଗତକାଲି ସାଇଁକୁଳ ଫାଣ୍ଡି ଅଧିକାରୀ ଓ ପୋଲିସ ଟିମ୍ ଘରେ ପହଞ୍ଚି ପ୍ରଦୂଷକୁ କାବୁ କରିଥିଲେ। ପୋଲିସ ଗିରଫ କରି ନେବା ସମୟରେ ପ୍ରଥମେ ପୋଲିସକୁ ଆକ୍ରମଣ କରିଥିଲା ପ୍ରଦୂଷ। ପରେ ପୋଲିସର ଡାହାଣ ହାତକୁ କାମୁଡ଼ି ଖସିଯାଇଥିଲା। ଏହାପରେ ପରିବାର ଲୋକେ ମଧ୍ୟ ପହଞ୍ଚି ପୋଲିସକୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ପ୍ରଦୂଷର ମା’ ଛବିଲତା ବରାଳଙ୍କୁ ରାମଚନ୍ଦ୍ରପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତର କୌଣସି ପତ୍ତା ମିଳିନାହିଁ।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..