ରିପୋର୍ଟ କାର୍ଡ / କେନ୍ଦୁଝର
ନାବାଳିକା ଦୁଷ୍କରର୍ମୀ କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି | ଆଜି କେନ୍ଦୁଝର ପୋକସୋ କୋର୍ଟର ବିଚାରପତି ଅନିଲ କୁମାର ଦତ୍ତ ଏକ ୧୦ ବର୍ଷ ଶିଶୁ କୁ ଦୁଷ୍କର୍ମ ଘଟଣାର ବିଚାର କରି ରାୟ ପ୍ରକାଶ କରିଛନ୍ତି l ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ସହିତ ସହିତ ୨୦ ହଜାର ଟଙ୍କା ଜରିମାନା କରାଯାଇଛି l ଜରିମାନା ଅନାଦେୟ ଅଭିଯୁକ୍ତ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବେ ବୋଲି ରାୟ ଦେଇଛନ୍ତି। ସୂଚନା ଯୋଗ୍ୟକି – ଯୋଡ଼ା ଥାନା ଅଂଚଳରେ ୨୦୧୮ ମସିହା ଅଗଷ୍ଟ ୨୫ତାରିଖରେ ବିସ୍କୁଟ ଦେବା ବାହାନା କରି ଶିଶୁକୁ ଜଙ୍ଗଲକୁ ଡାକି ନେଇ କିଶୋର ପିଙ୍ଗୁଆ ଦୁଷ୍କର୍ମ କରିଥିଲା l ଏଥି ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଏହି ମାମଲାରେ ୧୬ ଜଣ ସାକ୍ଷ୍ୟ ଦେବା ପରେ ଅଭିଯୁକ୍ତ କୁ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ସହିତ ୨୦ ହଜାର ଟଙ୍କା ଜରିମାନା କରାଯାଇଛି l ଜରିମାନା ଅନାଦେୟ ଅଭିଯୁକ୍ତ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବେ l ଏହାସହିତ ପୀଡିତାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି l ସରକାରଙ୍କ ତରଫରୁ ଏହି ମାମଲା ବରିଷ୍ଠ ଓକିଲ ଗଣେଶ ପ୍ରସାଦ ମହାପାତ୍ର ମୋକଦମା ପରିଚାଳନା କରୁଥିଲେ |






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..