ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେରଳର ତିରୁଅନନ୍ତପୁରମ୍ରେ ଥିବା ଦୂରଦର୍ଶନ ଚାନେଲ୍ ଷ୍ଟୁଡିଓରେ ‘ଲାଇଭ୍ ପ୍ରୋଗ୍ରାମ୍’ ପ୍ରସାରଣ ବେଳେ ଜଣେ କୃଷି ବିଶେଷଜ୍ଞ ଚେତା ହରାଇ ମୃତ୍ୟୁ ହୋଇଛି | ମୃତ ବ୍ୟକ୍ତି ହେଉଛନ୍ତି କେରଳ ଏଗ୍ରିକଲ୍ଚର୍ ୟୁନିଭର୍ସିଟିରେ ଯୋଜନା ବିଭାଗର ନିର୍ଦେଶକ ଥିବା ୫୯ ବର୍ଷିୟ ଡକ୍ଟର୍ ଆନି ଏସ୍. ଦାସ। ରାଷ୍ଟ୍ରାୟାତ ଟେଲିଭିଜନ୍ ଚାନେଲ୍ ‘ଦୂରଦର୍ଶନ’ରେ ସିଧାପ୍ରସାରଣ ହେଉଥିବା କାର୍ଯ୍ୟକ୍ରମରେ ସେ ଅଂଶ ଗ୍ରହଣ କରନ୍ତି। ‘ଦୂରଦର୍ଶନ’ସୂତ୍ରରୁ ପ୍ରକାଶ, ସନ୍ଧ୍ୟା ପ୍ରାୟ ୬.୩୦ରେ ‘ଦୂରଦର୍ଶନ’ର କୃଷି ଦର୍ଶନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଲା। ତାଙ୍କୁ ତୁରନ୍ତ ତିରୁଅନନ୍ତପୁରମ୍ସ୍ଥିତ ମେଡିକାଲ୍ କଲେଜ୍ ହସ୍ପିଟାଲ୍କୁ ନିଆଯାଇଥିଲା | ସେଠାରେ ଡାକ୍ତର ମୃତ୍ୟୁ ହୋଇଥିବା ଦୂରଦର୍ଶନ ଚ୍ୟାନେଲ ପକ୍ଷରୁ ଜଣାଇଥିଲେ |





More Stories
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..