Report Card Odisha

| Daily Odia News

କେରଳରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେରଳରେ ପ୍ରବଳ ବର୍ଷା କାରଣୁ ରୁ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଗତ ମଙ୍ଗଳବାରଠୁ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ପ୍ରଭାବ କମିନଥିବା ବେଳେ ପୁଣି ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ(IMD)। ଥିରୁଅନନ୍ତପୁରମ୍, କୋଲାମ, ଆଲାପୁଜା, ଏର୍ନାକୁଲମ୍, କୋଜିକୋଡେ, କନ୍ନୁର ଏବଂ କାସରଗୋଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ଆହୁରି ୬ ସେମିରୁ ୧୧ ସେମି ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟ ରାଜସ୍ୱ ମନ୍ତ୍ରୀ କେ ରାଜନଙ୍କ କହିବାନୁସାରେ, ମେ’ ୯ରୁ ମେ ୨୩ ପର୍ଯ୍ୟନ୍ତ ହୋଇଥିବା ଲଗାଣ ବର୍ଷା କାରଣରୁ କେରଳରେ ଅତି କମରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶନିବାର ପରେ ରାଜ୍ୟରେ ବୃଷ୍ଟିପାତ ସାମାନ୍ୟ ହ୍ରାସ ପାଇବ ବୋଲି ମନ୍ତ୍ରୀ କେ ରାଜନ କହିଛନ୍ତି। ସେ ଆହୁରି କହିଛନ୍ତି, ପାଣି ମାଡ଼ି ଯାଇଥିବା ଅଞ୍ଚଳ କିମ୍ବା ଉପକୂଳବର୍ତ୍ତୀ ଅଞ୍ଚଳକୁ ନଯିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ବର୍ତ୍ତମାନ ଛୁଟି ସମୟ ଚାଲିଥିବାରୁ ପିଲାମନଙ୍କୁ ମଧ୍ୟ ପାଣିକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। କୌଣସି ଜରୁରୀକାଳୀନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ, ଅଗ୍ନିଶମ ବାହିନୀ, ପୁଲିସ ଏବଂ ରାଜସ୍ୱ ବିଭାଗ ସଜାଗ ରହିଛନ୍ତି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସାରା ରାଜ୍ୟରେ ଆଠଟି ରିଲିଫ୍ କ୍ୟାମ୍ପକୁ ୨୨୩ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ମନ୍ତ୍ରୀ କେ ରାଜନ କହିଛନ୍ତି।

Breaking News