ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଜ୍ଞାତ ଆତତାୟୀ ଆଜି କେରଳର ଆଲପ୍ପୁଝାରେ ଜଣେ ‘ବିଜେପି’ ନେତାଙ୍କୁ ତାଙ୍କ ଘରେ ହାଣି ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ନିହତ ନେତା ଥିଲେ ‘ବିଜେପି’ର ‘ଓବିସି ମୋର୍ଚା’ର ସମ୍ପାଦକ ରଞ୍ଜିତ ଶ୍ରୀନିବାସନ। ଆଜି ସକାଳେ ଦଳେ ବ୍ୟକ୍ତି ତାଙ୍କ ଘରେ ପଶି ତାଙ୍କୁ ହାଣି ହାଣି ହତ୍ୟା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆଲପ୍ପୁଝା ଜିଲ୍ଲାରେ ଦଳେ ଅଜ୍ଞାତ ବ୍ୟକ୍ତି କେରଳର ‘ସୋସିଆଲ୍ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ’ର ରାଜ୍ୟ ସଚିବ କେ.ଏସ୍. ଶାନ୍ଙ୍କୁ ଆକ୍ରମଣ କରିବା ଦିନକ ପରେ ଆଜି ରଞ୍ଜିତ ଶ୍ରୀନିବାସନଙ୍କୁ ହତ୍ୟା କରାଯାଇଛି । କେ. ଏସ୍. ଶାନ୍ ଘରକୁ ଯାଉଥିବା ବେଳେ ଗୋଟାଏ କାର୍ ଆସି ତାଙ୍କ ମୋଟର୍ସାଇକେଲ୍କୁ ଧକ୍କା ଦେଇଥିଲା। ତାଙ୍କ ଶରୀରରେ ୪୦ଟି କ୍ଷତ ହୋଇଥିଲା। କୋଚିସ୍ଥିତ ‘ଗଭର୍ଣ୍ଣମେଣ୍ଟ୍ ମେଡିକାଲ୍ କଲେଜ୍ ହସ୍ପିଟାଲ୍’ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ‘ସୋସିଆଲ୍ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ’ର ଅଧ୍ୟକ୍ଷ ଏମ୍. କେ. ଫୈଜି ଅଭିଯୋଗ କରିଛନ୍ତି ଯେ, ‘ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ’ ସଦସ୍ୟମାନେ କେ.ଏସ୍. ଶାନ୍ଙ୍କୁ ହତ୍ୟା କରିଛନ୍ତି। ଆଇନଶୃଙ୍ଖଳା ବଜାୟ ରଖିବା ଲାଗି ଆଲପ୍ପୁଝାରେ ୧୪୪ ଧାରା ଜାରି କରାଯାଇଛି।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..