ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସର ବରିଷ୍ଠ ନେତା ଭି.ଡି. ସତୀଶନ ସୋମବାର କେରଳମ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) କେରଳମ୍ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ସତୀଶନଙ୍କୁ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ କରାଯାଇଛି। ତିରୁଅନନ୍ତପୁରମର ସେଣ୍ଟ୍ରାଲ ଷ୍ଟାଡିୟମରେ ପୂର୍ବାହ୍ଣ ୧୦ଟାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ୧୪୦ ଆସନ ବିଶିଷ୍ଟ କେରଳମ୍ ବିଧାନସଭାରେ ୟୁଡିଏଫ୍ ମୋଟ ୧୦୨ଟି ଆସନ ଜିତି ସ୍ପଷ୍ଟ ବହୁମତ ହାସଲ କରିଛି। ଶପଥ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀ-ମନୋନୀତ ଭି.ଡି. ସତୀଶନ ତାଙ୍କର ୨୦ ଜଣିଆ ମନ୍ତ୍ରିମଣ୍ଡଳର ତାଲିକା ରାଜ୍ୟପାଳଙ୍କୁ ଦେଇଛନ୍ତି। ମନୋନୀତ ମନ୍ତ୍ରୀମାନେ ମଧ୍ୟ ଆସନ୍ତାକାଲି ଶପଥ ଗ୍ରହଣ କରିବେ।






More Stories
ରାଜଧାନୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ…..
ଦେଶ ହେବ ନିଶାମୁକ୍ତ…..
ଯିଏ ଚାହିଁବ ଦଳ ଛାଡ଼ି ପାରିବ…..