ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ରବିବାର ଥିରୁଅନନ୍ତପୁରମ୍-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ତରେ କେହି ମୃତାହତ ହୋଇନଥିବା ସୂଚନାମିଳିଛି । ଟ୍ରେନଟି ରତଲାମ ଜଙ୍କସନରୁ ଛାଡିଥିଲା।ଟ୍ରେନର ଗାର୍ଡ ପ୍ରଥମେ ବଗିରୁ ନିଆଁ ବାହାରୁଥିବା ଦେଖି ଟ୍ରେନ୍ ଚାଳକଙ୍କୁ ସତର୍କ କରାଇଥିଲେ। ଏହା ପରେ ଟ୍ରେନକୁ ଅଟକାଯାଇ ଯାତ୍ରୀମାନଙ୍କୁ ବଗିରୁ ବାହାର କରାଯାଇଥିଲା। ରେଳ କର୍ତ୍ତୃପକ୍ଷ ତୁରନ୍ତ ଓଭରହେଡ୍ ବିଦ୍ୟୁତ ଯୋଗାଣ ବନ୍ଦ କରିଦେଇଥିଲେ ଏବଂ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ନିଆଁ ବି-୧ ବଗି ପଛରେ ଲାଗିଥିବା ଦ୍ୱିତୀୟ ଲଗେଜ୍-ତଥା-ଗାର୍ଡ ଭ୍ୟାନ୍ କୁ ମଧ୍ୟ ବ୍ୟାପି ଯାଇଥିଲା।ନିଆଁକୁ ଆୟତ୍ତ କରାଯିବା ପରେ ପ୍ରଭାବିତ ବଗି ଏବଂ କ୍ଷତିଗ୍ରସ୍ତ ଗାର୍ଡ ଭ୍ୟାନକୁ ଟ୍ରେନରୁ ଅଲଗା କରାଯାଇଥିଲା। ଏହା ପରେ ଟ୍ରେନ୍ ପୁଣି ଯାତ୍ରା ଆରମ୍ଭ କରିଥିଲା। ପ୍ରଭାବିତ ବଗିର ଯାତ୍ରୀମାନଙ୍କୁ ଅନ୍ୟ ବଗିଗୁଡ଼ିକରେ ସ୍ଥାନ ଦିଆଯାଇଥିଲା।ଏହି ଘଟଣା ଯୋଗୁଁ ଦିଲ୍ଲୀ-ମୁମ୍ବାଇ ରେଳ ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣା ପରେ ରେଳବାଇ ପକ୍ଷରୁ ନିଆଁ ଲାଗିବାର କାରଣ ଖୋଜିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତା’ ସହିତ ସମଗ୍ର ଭାରତୀୟ ରେଳ ନେଟୱାର୍କରେ ଟ୍ରେନ୍ ବଗିଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ସମ୍ପୃକ୍ତ ଯନ୍ତ୍ରାଂଶଗୁଡ଼ିକର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..