Report Card Odisha

| Daily Odia News

କେରଳ ଭୂସ୍ଖଳନକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେରଳ ଭୂସ୍ଖଳନ ନେଇ ରାଜନୀତି ସରଗରମ ହୋଇଛି ଏବଂ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଆଜି କେନ୍ଦ୍ର ସରକାରଙ୍କ ଆଗୁଆ ପାଣିପାଗ ସତର୍କ ସୂଚନା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜୟନ ଗଣମାଧ୍ୟମକୁ କହିଛନ୍ତି ଯେ ଏବେ ବିଭିନ୍ନ ବିପର୍ଯ୍ୟୟ ହେଉଛି ଏବଂ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ଗମ୍ଭୀର ପ୍ରସଙ୍ଗ ରହିଛି ବୋଲି କେନ୍ଦ୍ର ସରକାର ମଧ୍ୟ ଅନୁଭବ କରିବା ଉଚିତ। ଯେତେବେଳେ ଏପରି କିଛି ଘଟେ, ଆପଣ କେବଳ ଅନ୍ୟ ଉପରେ ଦୋଷ ଲଦିବାକୁ ଏବଂ ଦାୟିତ୍ୱରୁ ଓହରିବାକୁ ଚେଷ୍ଟା କରିପାରିବେ ନାହିଁ । ଏଭଳି ବିପର୍ଯ୍ୟୟ ସ୍ଥିତିରେ ରାଜ୍ୟକୁ ଆପଣ ସଂପୂର୍ଣ୍ଣ ଦାୟୀ କରିପାରିବେ ‌ନାହିଁ ବୋଲି ବିଜୟନ କହିଛନ୍ତି। ସୂଚନାଯୋଗ୍ୟ, ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଏକ ବୟାନ ଦେଇ କହିଥିଲେ ଯେ ଜୁଲାଇ ୨୩ରେ କେରଳ ସରକାରଙ୍କୁ ଏଭଳି ବିପର୍ଯ୍ୟୟ ନେଇ ଆଗୁଆ ସତର୍କ କରାଯାଇଥିଲା।
ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଏଭଳି ମତ ରଖି କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି। ଶାହ କହିଥିଲେ ଯେ ୨୦୧୪ ମସିହାରୁ ଆଗୁଆ ଚେତାବନୀ ବ୍ୟବସ୍ଥାର ବିକାଶ ପାଇଁ କେନ୍ଦ୍ର ସରକାର ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ‘ମୁଁ ସ୍ପଷ୍ଟ କରିବାକୁ ଚାହୁଛି ଯେ ଜୁଲାଇ ୨୩ରେ କେନ୍ଦ୍ର ସରକାର ଘଟଣାର ସାତ ଦିନ ପୂର୍ବରୁ କେରଳ ସରକାରକୁ ଆଗୁଆ ସତର୍କ କରାଇଥିଲା ଏବଂ ତା’ପରେ ଜୁଲାଇ ୨୪ ଓ ୨୫ରେ ଆମେ ସେମାନଙ୍କୁ ପୁଣି ସତର୍କ କରାଇଥିଲୁ। ଜୁଲାଇ ୨୬ତାରିଖରେ ୨୦ ସେଣ୍ଟିମିଟରରୁ ଅଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଭୂସ୍ଖଳନ ହେବାର ସମ୍ଭାବନା ରହିଛି ବୋଲି ସତର୍କ ସୂଚନା ଦିଆଯାଇଥିଲା’ ବୋଲି ଶାହ କହିଛନ୍ତି। ଗୃହମନ୍ତ୍ରୀ କହିଛନ୍ତି ଯେ ଜୁଲାଇ ୨୩ରେ ଭୂସ୍ଖଳନ ସମ୍ଭାବନାକୁ ଦୃଷ୍ଟିରେ ରଖି ୯ଟି ଏନ୍‌ଡିଆରଏଫ ଟିମ୍ କେରଳ ପଠାଯାଇଥିଲା। କେରଳ ସରକାର କିନ୍ତୁ ସ୍ଥାନାନ୍ତର ପାଇଁ ଯଥୋଚିତ ପଦକ୍ଷେପ ନେଲେ ନାହିଁ।

Breaking News