Report Card Odisha

| Daily Odia News

ଅମାନିଆଙ୍କ ପାଇଁ ୨୫ ହଜାର ପୋଲିସ କର୍ମୀ ମୁତୟନ କଲେ କେରଳ ସରକାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠାରୁ କେରଳରେ ଲାଗୁ ହେଲା ୮ ଦିନିଆ ଲକଡାଉନ। କରୋନାର ଦ୍ୱିତୀୟ ଲହରରେ ପ୍ରଭାବିତ ରାଜ୍ୟ ତାଲିକାରେ ରହିଛି କେରଳ। ଯଦି ଦେଖିବା ପ୍ରଥମ ଲହରରେ ମଧ୍ୟ କେରଳରେ ସ୍ଥିତି ବିଗିଡ଼ିଯାଇଥିଲା। ସେଥି ପାଇଁ କରୋନା ଚେନଶୃଙ୍ଖଳ ଭାଙ୍ଗିବା ପାଇଁ କେରଳ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ ଆଜିଠୁ ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ କଡ଼ାକଡି ଭାବେ ଲାଗୁ ହେବ ଲକଡାଉନ୍ କଟକଣା । ଲକଡାଉନ୍ ସମୟରେ ଯେମିତି ଅମାନିଆଙ୍କ ଗତିବିଧି ନବଢ଼େ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାର ତଦାରଖ ଲାଗି ରାଜ୍ୟରେ ୨୫ ହଜାର ପୋଲିସ କର୍ମୀ ମୁତୟନ ହୋଇଛନ୍ତି । କେବଳ ଏତିକି ନୁହେଁ ସରକାରୀ ଗାଇଡ ଲାଇନ୍ ଅନୁସାରେ ସୋସିଆଲ ମିଡିଆରେ କୋଭିଡକୁ ନେଇ ମିଛ ପ୍ରଚାର କଲେ କଠୋର ଦଣ୍ଡବ୍ୟବସ୍ଥା କରିଛନ୍ତି ସରକାର । ଲକଡାଉନ୍ ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର ମାଗଣା ରାସନ ଉପଲବ୍ଧ କରାଇବେ । ବାହାରୁ ଆସିଲେ ନିଜ ଖର୍ଚ୍ଚରେ କ୍ୱାରେଣ୍ଟିନରେ ରହିବେ ଲୋକେ । ତେବେ ଲକଡାଉନ୍ରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି ।

Breaking News