ରିପୋର୍ଟ କାର୍ଡ /ନୂଆଦିଲ୍ଲୀ
କେରଳର କୋଝିକୋଡ଼ ଜିଲ୍ଲାରେ ଜଣେ ଯୁବକ ନିପା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ରେ ପହଞ୍ଚିଛି। ଏହି ୩୯ ବର୍ଷୀୟ ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ବର୍ତ୍ତମାନ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ନିପା ଭାଇରସରେ ଆକ୍ରାନ୍ତ ହୋଇ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ କେରଳ ସରକାର ହାଇ ଆଲର୍ଟ ମୋଡ୍ରେ ରହିଛନ୍ତି। ୨୦୧୮ ପରେ ଏହି ନିପା ଭାଇରସ୍ ଚତୁର୍ଥ ଥର ପାଇଁ କେରଳରେ ବ୍ୟାପିବାରେ ଲାଗିଛି। କେରଳରେ ବ୍ୟାପୁଥିବା ଏହି ନିପା ଭାଇରସର ଷ୍ଟ୍ରେନ୍ ବାଙ୍ଗଲାଦେଶ ଭେରିଏଣ୍ଟ ବୋଲି ଜଣାପଡ଼ିଛି। ତେବେ ଏହି ମାରାତ୍ମକ ନିପା ଭାଇରସ ଉପରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞର ଏକ ଟିମ୍ କେରଳରେ କଡ଼ା ନଜର ରଖିଛନ୍ତି।






More Stories
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..