Report Card Odisha

| Daily Odia News

୮ରୁ କେରଳ ଲକଡାଉନ…..

ରିପୋର୍ଟ କାର୍ଡ / କେରଳ

ଦେଶରେ କରୋନା ସ୍ଥିତି ସଂଗୀନ | କରୋନାକୁ ହରାଇବା ପାଇଁ ଦେଶରେ କେତକ ରାଜ୍ୟରେ ଲକ ଡାଉନ ,ସଡ଼ ଡାଉନ ଏବଂ ରାତ୍ରିକାଳୀନ କ୍ୟାର୍ଫେୟୁ ଜାରିହୋଇଛି । ଆସନ୍ତା ୮ରୁ ୧୬ ଯାଏଁ ଲକଡାଉନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେରଳ ସରକାର । ଗତ ୨୪ ଘଣ୍ଟା ମଧ୍ୟରେ ୪୨ ହଜାରରୁ ଅଧିକ ନୂଆ ମାମଲା ରୁଜୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ତାଲା ପକାଇବାକୁ ନିଷ୍ପତ୍ତି ନିଆଯାଇଛି । ପୂରା ରାଜ୍ୟରେ ସମ୍ପୂର୍ଣ୍ଣ ତାଲା ପକାଇବାକୁ ଘୋଷଣା କରିଛନ୍ତି ସରକାର । କରୋନା ମହାମାରୀକୁ ଦୂର କରିବା ପାଇଁ ମେ ୮ରୁ ପ୍ରତିବନ୍ଧକ ଲାଗୁ କରାଯିବ । ଯାହାକି ମେ ୧୬ ପର୍ଯ୍ୟନ୍ତ ବଳବତ୍ତର ରହିବ । ସୂଚନା ଥାଉକି, ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ନିର୍ଦ୍ଦେଶ ଅନୁଯାୟୀ କରୋନାକୁ ଦୂର କରିବା ପାଇଁ ରାଜ୍ୟରେ ଯାତ୍ରା ତଥା ଅନାବଶ୍ୟକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । କିନ୍ତୁ ସ୍ଥିତିରେ ସୁଧାର ନ ହେବାରୁ ଲକାଡାଉନ କରିବାକୁ ଘୋଷଣା ହୋଇଛି । ତେବେ ଏହି ତାଲାବନ୍ଦ ସମୟରେ ଅତ୍ୟାବଶ୍ୟକୀୟ ସେବାକୁ ଛାଡି ଆଉ ସବୁ ବନ୍ଦ ରହିବ ।

Breaking News