ରିପୋର୍ଟ କାର୍ଡ / ଭୁବନେଶ୍ୱର
କୋଭିଡ୍ ପରିଚାଳନା ପାଇଁ ରାଜ୍ୟର ଏହି ୩ ଜିଲ୍ଲାକୁ ୭.୬୨ କୋଟି ଟଙ୍କା ଅତିରିକ୍ତ ପାଣ୍ଠି ମଞ୍ଜୁର କରିଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ଅନୁମୋଦନ ହୋଇଛି । ୩ ଜିଲ୍ଲା ମଧ୍ୟରେ ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି , ସମ୍ବଲପୁର ପାଇଁ ୪ କୋଟି ୬୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଅତିକ୍ରମ କରି ଚାଲିଥିବା ବେଳେ ମେଡିକାଲରେ ଆବଶ୍ୟକୀୟ ଶଯ୍ୟା ଓ ମୌଳିକ ସୁବିଧାର ମଧ୍ୟ ଆବଶ୍ୟକତା ରହିଛି। କରୋନା ପରିଚାଳନାରେ କୌଣସି ତ୍ରୁଟି ପରିଲକ୍ଷିତ ନହୁଏ ସେଥିପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିଭଳି ପୁରୀ ପାଇଁ ପୂର୍ବରୁ ୧୪ କୋଟି ୫୯ ଲକ୍ଷ ୭୪ ହଜାର ୪୦୮ ଟଙ୍କା ଘୋଷଣା କରାଯିବା ସହ ଏବେ ୨ କୋଟିକୁ ମିଶାଇ ମୋଟ ୧୬ କୋଟି ୫୯ ଲକ୍ଷ ୭୪ ହଜାର ୪୦୮କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ପୂର୍ବରୁ ସୁବର୍ଣ୍ଣପୁରକୁ ଅଢେଇ କୋଟି ଟଙ୍କା ଘୋଷଣା କରାଯାଇଥିବା ବେଳେ ଏବେ ଏହା ସାଢେ ୩ କୋଟିକୁ ବୃଦ୍ଧି ପାଇଛି। ସମ୍ବଲପୁର ପାଇଁ ଆଜି ହୋଇଥିବା ୪ କୋଟି ୬୨ ଲକ୍ଷ ଟଙ୍କାକୁ ମିଶାଇ ମୋଟ ୧୬ କୋଟି ୧୨ ଲକ୍ଷ ୮୦ ହଜାର ୬୯୨କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ କିଛି ଦିନ ତଳେ ସିଏମସିକୁ ୧୦ କୋଟି ଏବଂ ବିଏମସିକୁ ୧୦ କୋଟି ଟଙ୍କା ଘୋଷଣା କରିଛନ୍ତି।
More Stories
ଶ୍ରୀମନ୍ଦିର ବାନାରେ ଶୂନ୍ୟଗଣ୍ଠି…..
ଗୃହ କମିଟି କଠନ ଦାବି କଲା କଂଗ୍ରେସ…..
ବିଶିଷ୍ଟ କବି ରମାକାନ୍ତ ରଥଙ୍କର ଶେଷକୃତ୍ୟ ସମ୍ପନ୍ନ…..