Report Card Odisha

| Daily Odia News

କିରାସିନି କ୍ଷେତ୍ରରେ ମଧ୍ୟ ଭୟଙ୍କର ସଂକଟ…..

ରିପୋର୍ଟ କାର୍ଡ / କଟକ

ପେଟ୍ରୋଲ-ଡିଜେଲ ବେଲଗାମ ଦରବୃଦ୍ଧି ସାଙ୍ଗକୁ ନିତ୍ୟସାମଗ୍ରୀ ମହଙ୍ଗା ମାଡ଼ରେ ହନ୍ତ ସନ୍ତ ଖାଉଟି | ଏହା ଭିତରେ କିରାସିନି କ୍ଷେତ୍ରରେ ମଧ୍ୟ ଭୟଙ୍କର ସଂକଟ ସୃଷ୍ଟି ହେଲାଣି । ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ମିଳୁଥିବା କିରାସିନି ଦର ହୁହୁ ହେଇ ବଢି଼ାଲିଛି । ଗୋଟିଏ ପଟେ କାର୍ଡ ପିଛା କିରାସିନି କୋଟା ହ୍ରାସ ପାଉଥିବା ବେଳେ ଅନ୍ୟପଟେ ସବ୍‌ସିଡି କମୁଥିବାରୁ ବର୍ଷକ ଭିତରେ ଲିଟର ପିଛା ୧୭ ଟଙ୍କା ବଢ଼ିଲାଣି କିରାସିନି ଦର । ଯେଉଁଭଳି ହାରରେ କିରାସନି କୋଟା ହ୍ରାସ ହେଉଛି ଓ ଦର ବଢୁଛି ଆଗାମୀ ଦିନରେ ପିଡିଏସ୍‌ କିରାସିନି ସଂପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ରନ୍ଧନ ଗ୍ୟାସ ଦର ଏବେ ଆକାଶ ଛୁଆଁ । ସେହିପରି ଅଘୋଷିତ ବିଦ୍ୟୁତ କାଟ୍‌ ଲାଗିରହିଛି । ଏଭଳି ସ୍ଥିତି ବିଶେଷ କରି ଗ୍ରାମାଞ୍ଚଳରେ ଉଭୟ ରୋଷେଇ ଓ ଆଲୁଅ ପାଇଁ କିରାସିନି ଉପରେ ନିର୍ଭରଶୀଳତା ପୁଣି ଥରେ ବଢିଲାଣି । ମାତ୍ର କିରାସିନି ଦର କିନ୍ତୁ ଗରିବ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଏଣେ ବର୍ଷକ ଭିତରେ ଖାଉଟିଙ୍କ ଖାତାରୁ ୩୦୦ ମିଲିଲିଟର ପାଖାପାଖି କିରୋସିନ କମିଥିବା ଜଣାପଡିଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି । କଟକ ଜିଲ୍ଲାରେ କିରାସିନି ଯୋଗାଣକୁ ନେଇ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି । ଚଳିତମାସ ପ୍ରଥମ ସପ୍ତାହରେ ଜିଲ୍ଲାକୁ ନଭେମ୍ବର ଓ ଡିସେମ୍ବର ମାସର କିରାସିନି ଆଲଟମେଣ୍ଟ ସରକାରଙ୍କ ପକ୍ଷରୁ ଆସିଛି ।

Breaking News