Report Card Odisha

| Daily Odia News

ଖଣ୍ଡପଡ଼ାରେ ଖଣ୍ଡା ବୁଲିବା ଘଟଣା: ୩ ଗିରଫ…..

ରିପୋର୍ଟ କାର୍ଡ / ନୟାଗଡ଼

ଗତକାଲି ଫତେଗଡ଼ ଥାନା ଅଧୀନ ଭଗବାନପୁର ଗାଁରେ ଖଣ୍ଡା ବୁଲିବା ଘଟଣାରେ ପୋଲିସ ତିନିଜଣଙ୍କୁ ଗିରଫ କରିଛି। ରାମଚନ୍ଦ୍ର ସାହୁ, ଦିଲୀପ କୁମାର ପ୍ରଧାନ ଓ ଲୋକନାଥ ସାହୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରୁ ରାମଚନ୍ଦ୍ର ହିଁ ମୁଖ୍ୟ ଆସାମୀ, ଯିଏକି ଗ୍ରାମବାସୀଙ୍କୁ ଭୟଭୀତ କରିବା ପାଇଁ ଖଣ୍ଡା ବୁଲାଇଥିବା ଏସ୍‌ପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ଜରିଆରେ ସୂଚନା ପ୍ରଦାନ କରିଛନ୍ତି। ଆସାମୀମାନଙ୍କ ବିରୋଧରେ ୧୪୭/୧୪୮/୨୪୧/୨୯୪/୩୫୪–ବି/୫୦୬ ଆଇପିସି ଧାରାରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଏସ୍‌ପିଙ୍କ ସୂଚନା ମୁତାବକ, ବ୍ୟବସାୟରେ ଶତ୍ରୁତାକୁ କେନ୍ଦ୍ରକରି ଏହି ଗଣ୍ଡଗୋଳ ଘଟିଥିଲା। ଆଜି ସକାଳେ ଗାଁରେ ଶାନ୍ତି ବଜାୟ ରଖିବା ପାଇଁ ଏକ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥଲା। ଗାଁରେ ବର୍ତ୍ତମାନ ପରିସ୍ଥିତି ସ୍ବାଭାବିକ ହୋଇଥିଲେ ମଧ୍ୟ ପୁଲିସ ମୁତୟନ କରାଯାଇଛି। ଘଟଣା ଉପରେ ନଜର ରଖିବା ପାଇଁ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି। ଏହାସହ ସମ୍ପୂର୍ଣ୍ଣ ନିର୍ବାଚନମଣ୍ଡଳୀର ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ଜଣେ ଡିଏସ୍‌ପି ରହିଥିବା ନେଇ ଏସ୍‌ପି କହିଛନ୍ତି। ଅପରପକ୍ଷେ, ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ସମସ୍ତ ଦଳର ନେତୃବୃନ୍ଦକୁ ନେଇ ଗଠିତ ଏକ ଶାନ୍ତିକମିଟି ଗଠନ କରାଯାଇ ଆଲୋଚନା କରାଯାଇଛି। ନିର୍ବାଚନ ଶେଷହେବା ପର୍ଯ୍ୟନ୍ତ କୌଣସି ପ୍ରକାର ଅଘଟଣ ଘଟିବ ନାହିଁ ବୋଲି ସମସ୍ତ ନେତା ପ୍ରତିଶ୍ରୁତି ଦେଇଛନ୍ତି। ଯେହେତୁ ଆସନ୍ତାକାଲି ସାଧାରଣ ନିର୍ବାଚନ, ସେଥିପାଇଁ ଏହାପରେ ଏ ନେଇ ଅଧିକ ତଦନ୍ତ କରାଯିବ ବୋଲି ଏସ୍‌ପି କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍ ଦେବାକୁ ଅଭିଯୁକ୍ତମାନେ ଧମକ ଦେଇ ତାଙ୍କ ସ୍ବାମୀଙ୍କୁ ଘୋଷାଡ଼ି ନେଇ ମାଡ଼ ମାରିଥି‌ଲେ ଏବଂ ଫାଙ୍କା ଗୁଳି ଚାଳନା ଓ ବୋମା ଫୋପାଡ଼ିଥିଲେ ବୋଲି ସବିତା ସାହୁ ଅଭିଯୋଗ କରିଥିଲେ। ଅନ୍ୟପଟେ ଏହି ଘଟଣାରେ ଗିରଫ ଲୋକନାଥ ସାହୁ ଥାନାରେ ଏକ ପାଲଟା ଅଭିଯୋଗ କରିଥିଲେ। କିଛି ଯୁବକ ହାତରେ ମାରଣାସ୍ତ୍ର ଧରି ତାଙ୍କ ଘର ସାମ୍ନାରେ ରଖାଯାଇଥିବା କାର୍‌ଟିକୁ ଭଙ୍ଗାରୁଜା କରିଥିଲେ। ଏ ନେଇ ମଧ୍ୟ ଆଉ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

Breaking News