ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ‘ଖେଲା ହୋବେ’ ନାରା ସହ ବିଶାଳ ବିଜୟ ଲାଭ କରିଥିଲା ଟିଏମି। ଅଗଷ୍ଟ ୧୬ ତାରିଖକୁ ‘ଖେଲା ହୋବେ’ ଦିବସ ଭାବେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ଏହାକୁ ଆହୁରି ଜୀବନ୍ତ କରିବାକୁ ଚାହୁଁଛନ୍ତି ମମତା । ସୋମବାର କୋଲକାତାର ନେତାଜୀ ଇନ୍ଡୋର ଷ୍ଟାଡିୟମ୍ରେ ମମତା ‘ଖେଲା ହୋବେ’ କାର୍ଯ୍ୟକ୍ରମ ଲଞ୍ଚ କରିଛନ୍ତି । ମଞ୍ଚ ଉପରୁ ଅନେକ ଫୁଟବଲ ଜନତାଙ୍କ ଉପରକୁ ଫିଙ୍ଗିଛନ୍ତି ଦିଦି । ଏହି ସମୟରେ ମମତା କହିଛନ୍ତି, ‘ ଆପଣ ବିଶ୍ବାସ କରନ୍ତୁ କି ନାହିଁ ‘ଖେଲା ହୋବେ’ ବହୁ ଲୋକପ୍ରିୟ ହୋଇସାରିଛି। ଏହି ନାରା ସଂସଦରେ ବି ଲାଗିଛି। ଖୁବଶୀଘ୍ର ଏହା ଦେଶରେ ଲୋକପ୍ରିୟତା ହାସଲ କରିବ।’ ନିକଟରେ ଦିଲ୍ଲୀ ଗସ୍ତରେ ମମତା ସଙ୍ଗୀତକାର ଜାଭେଦ ଅଖତରଙ୍କୁ ସାକ୍ଷାତ କରି ‘ଖେଲା ହୋବେ’ ନାରା ଉପରେ ଗୀତ ତିଆରି କରିବାକୁ ଅନୁରୋଧ କରିଥିଲେ ।






More Stories
ବିଜେପି ସଭାପତି ପାଇଁ ୧୯ରେ ନାମାଙ୍କନ…..
ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର…..
ଆଜି ମହାରାଷ୍ଟ୍ର ପୌର ନିଗମର ନିର୍ବାଚନ ଫଳ…..