Report Card Odisha

| Daily Odia News

ଭାରତୀୟ ପୁରୁଷ ହକି ଖେଳାଳିଙ୍କ ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଲିମ୍ପିକ୍ସ ହକିରେ ଭାରତୀୟ ପୁରୁଷ ହକି ଦଳ ହାରିଥିଲେ ମଧ୍ୟ ଦେଶବାସୀଙ୍କ ଦିଲ୍ ଜିତିଛନ୍ତି । ହାରିବା ପରେ ଖେଳାଳିଙ୍କ ମନୋବଳ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ହାର ଜିତ୍ ଜୀବନର ଗୋଟିଏ ଗୋଟିଏ ପାର୍ଶ୍ୱ । ଆମର ପୁରୁଷ ହକି ଟିମ୍ ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଛନ୍ତି । ଏଥିସହ କ୍ୟାପଟେନ୍ ମନପ୍ରୀତ ସିଂହଙ୍କ ସହ କଥା ବି ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ମ୍ୟାଚ୍ ପାଇଁ ମନୋବଳ ଦୃଢ଼ କରିବାକୁ ପରାମର୍ଶ ଦେଇଛନ୍ତି । ଦେଶ ସେମାନଙ୍କ ପାଇଁ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଗାମୀ ମ୍ୟାଚ୍ ଓ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜିର ସେମିଫାଇନାଲ୍ ମ୍ୟାଚ୍ ଟିଭିରେ ଦେଖୁଥିବା ନେଇ ଟ୍ୱିଟ୍ ବି କରିଥିଲେ ।

Breaking News