Report Card Odisha

| Daily Odia News

୫ ମତ୍ସ୍ୟଜୀବୀ ଅପହରଣ…..

ରିପୋର୍ଟ କାର୍ଡ / ଗଞ୍ଜାମ

ଛତ୍ରପୁର ବ୍ଲକ୍‌ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ୧୯ ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ମତ୍ସ୍ୟଜୀବୀଙ୍କୁ ଟ୍ରଲର୍‌ରେ ମାଛ ମାରୁଥିବା ଆନ୍ଧ୍ରର ମତ୍ସ୍ୟଜୀବୀମାନେ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ୧୯ ଜଣ ମତ୍ସ୍ୟଜୀବୀ ଆଜି ସକାଳେ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ମତ୍ସ୍ୟଜୀବୀଙ୍କୁ ଟ୍ରଲର୍‌ରେ ମାଛ ମାରୁଥିବା ଆନ୍ଧ୍ରର ମତ୍ସ୍ୟଜୀବୀମାନେ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ସାନଆର୍ଯ୍ୟପଲ୍ଲୀ ଗ୍ରାମର ଏନ୍‌. କାମେୟା ଏବଂ ୱାଇ. ମୋହନଙ୍କ ଦୁଇଟି ଡଙ୍ଗାରେ ଏହି ୧୯ ଜଣ ମତ୍ସ୍ୟଜୀବୀ ଆଜି ସକାଳେ ମାଛ ମାରିବାକୁ ଯାଇଥିଲେ। ସମୁଦ୍ର ଭିତରେ ଆନ୍ଧ୍ର ମତ୍ସ୍ୟଜୀବୀ ନୋ-ଫିସିଂ ଜୋନ୍‌ରେ ବେଆଇନ ଭାବେ ମାଛ ଧରୁଥିବାରୁ ଆର୍ଯ୍ୟପଲ୍ଲୀ ଅଂଚଳର ମତ୍ସ୍ୟଜୀବୀ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ମତ୍ସ୍ୟଜୀବୀ ଗୋଷ୍ଠୀ ମଧ୍ୟରେ ବଚସା ପରେ ଆନ୍ଧ୍ରର ମତ୍ସ୍ୟଜୀବୀ ସାନଆର୍ଯ୍ୟପଲ୍ଲୀର ୫ଜଣ ମତ୍ସ୍ୟଜୀବୀଙ୍କୁ ଜୋର୍‌ ଜବରଦସ୍ତ ସେମାନଙ୍କ ଟ୍ରଲର୍‌ରେ ଅପହରଣ କରି ନେଇଥିବା ପରିବାରବର୍ଗ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି। ଅପହରଣ ହୋଇଥିବା ୫ ଜଣ ମତ୍ସ୍ୟଜୀବୀ ହେଲେ କେ. ବାବାଜୀ, ଏନ୍‌. କାମେୟା, ବି. ମୋହନ, ଜି. ଏରେୟା ଓ ଜି. ଜାଙ୍ଗାଲି। ୧୯ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ପ୍ରଥମେ ଦଶଜଣ ମତ୍ସ୍ୟଜୀବୀ ଫେରି ଆସିଥିବା ବେଳେ ଅପହରଣ ହୋଇଥିବା ମତ୍ସ୍ୟଜୀବୀମାନଙ୍କୁ ଖୋଜି ନିରାଶ ହୋଇ ଆଉ ଗୋଟିଏ ଡଙ୍ଗାରେ ୪ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଅବସ୍ଥାରେ ଫେରିଛନ୍ତି। ଅପହରଣ ହୋଇଥିବା ୫ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ନିମନ୍ତେ ମତ୍ସ୍ୟଜୀବୀ ନେତା ଏନ୍‌. ଦୀନବନ୍ଧୁ ଥାନାରେ ଏତଲା ଦେଇଛନ୍ତି।

 

Breaking News