ରିପୋର୍ଟ କାର୍ଡ / ଭୁବନେଶ୍ୱର
କିଟ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଘଟଣାକୁ ନେଇ ସାରା ଦେଶରେ ଓଡ଼ିଶାକୁ ନିନ୍ଦା କରାଯାଉଛି। ଆତ୍ମହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି । ଏହାରି ଭିତରେ ଆକ୍ସନ ମୋଡକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

କିଟ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି। ଘଟଣାରେ ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀଙ୍କୁ ଗିରଫ କରାଯାଇଛି। ୩ ନିର୍ଦ୍ଦେଶକ ହେଲେ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥ। ସୁରକ୍ଷାକର୍ମୀ ହେଲେ ରମାକାନ୍ତ ନାୟକ, ଯୋଗେନ୍ଦ୍ର ବେହେରା। ୫ ଜଣଙ୍କୁ ଗିରଫ କରି ଇନ୍ଫୋସିଟି ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି। କିଟ୍ ଘଟଣାକୁ ନେଇ ଆକ୍ସନ ମୋଡ୍ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଏହି କମିଟିରେ ସ୍ଥାନ ପାଇଛନ୍ତି ୩ଟି ବିଭାଗର ସଚିବ। କମିଟିରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଓ ଉଚ୍ଚ ଶିକ୍ଷା ବିଭାଗର ସଚିବ ମଧ୍ୟ ସ୍ଥାନ ପାଇଛନ୍ତି।






More Stories
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….
ଆଜିଠୁ ସୁଭଦ୍ରା ଆବେଦନ…..