Report Card Odisha

| Daily Odia News

କିଙ୍ଗ ଅଫ ଆଟଲାଣ୍ଟସ ପକ୍ଷରୁ ଡ ନାରାୟଣ ମହାପାତ୍ରଙ୍କୁ ସମ୍ମାନିତ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

କିଙ୍ଗ ଅଫ ଆଟଲାଣ୍ଟସ ପକ୍ଷରୁ ଡ ନାରାୟଣ ମହାପାତ୍ରଙ୍କୁ ସମାଜ ରେ ବିଭିନ ମାନବ କଲ୍ୟାଣ କାର୍ଯ୍ୟ ନିମନ୍ତେ ପ୍ରଶଂସା କରାଯିବା ସହିତ ସମ୍ମାନିତ କରାଯାଇଛି | ସମାଜରେ ବିଭିନ୍ନ ପ୍ରକାରର ସମାଜ ସେବା ଓ ସମାଜ ରେ ଘଟୁଥିବା ବିଭିନ୍ନ ସମସ୍ୟା କୁ ସମାଧାନ କରିବାରେରେ ଉଲ୍ଲେଖନିୟ ସହଯୋଗ କରିଥିବାରୁ ପ୍ରଦାନ କରାଯାଇଛି | ଅବହେଳିତ ବରିଷ୍ଠ ଗୁରୁଜନ ଓ ଅବହେଳିତ ଛୋଟ ପିଲାମାନଙ୍କ କଲ୍ୟାଣ ପାଇଁ ଡ ମହାପାତ୍ର ଗତ ୫ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରିଆସୁଛନ୍ତି | ସେଥି ପାଇଁ ଦେଶ ତଥା ବିଦେଶର ବହୁ ଅନୁଷ୍ଠାନ ରୁ ସମ୍ମାନିତ ମଧ୍ୟ ହୋଇଛନ୍ତି,ମହାମାରୀ ସମୟ ରେ ମଧ୍ୟ ରନ୍ଧା ଖାଦ୍ୟ ବଣ୍ଟାଯିବା ସହ ଆକ୍ରାନ୍ତ ଲୋକ ମାନଙ୍କ ଘରେ ଆବଶକୀୟ ଜିନିଷ ଓ ଔଷଧ ମଧ୍ୟ ଯୋଗାଇ ଦିଆଯାଇଛି | ପ୍ରତେକ ମାସର ବିଭିନ୍ନ ସମୟ ରେ ଗରିବ ଲୋକଙ୍କ ନିମନ୍ତେ ମାଗଣା ରନ୍ଧା ଖାଦ୍ୟ ବଣ୍ଟାଯିବା ଶହ, ପ୍ରତେକ ମାସରେ ମାଗଣା ସ୍ବାସ୍ଥ୍ୟ ଶିବିର ବିଭିନ୍ନ ଅବହେଳିତ ଜରାଶ୍ରାୟ ଓ ଛୋଟ ପିଲାମାନଙ୍କ ପାଇଁ କରାଯାଇଥାଏ |

Breaking News