ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିଆଣାରେ ବିଧାନସଭା ନିର୍ବାଚନ ପୂର୍ବରୁ ନେତା ମାନେ ଦଳବଦଳ କରିବା ଆରମ୍ଭ କରିଦେଇଛନ୍ତି । କଂଗ୍ରେସର ବରିଷ୍ଟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ବଂଶୀଲାଲଙ୍କ ବୋହୂ କିରଣ ଚୌଧୁରୀ ଆଜି ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହ ପୂର୍ବତନ ସାଂସଦ ତଥା ଝିଅ ଶ୍ରୁତି ଚୌଧୁରୀ ମଧ୍ୟ ପଦ୍ମ ଧରିଛନ୍ତି। ଉଭୟ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ। ବୁଧବାର ରାଜଧାନୀ ଦିଲ୍ଲୀରେ ଉଭୟ ବିଜେପି ସାଂସଦ ମନୋହର ଲାଲ ଖଟ୍ଟର ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ସାଇନିଙ୍କ ଉପସ୍ଥିତିରେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଏହା ସହିତ ହରିଆଣାର ତିନି ଲାଲ ଦେବୀ ଲାଲ, ଭଜନ ଲାଲ ଏବଂ ବଂଶିଲାଲଙ୍କ ପରିବାର ବିଜେପିରେ ଯୋଗ ଦେଇଛନ୍ତି।
More Stories
ପାକିସ୍ତାନର ଟ୍ରେନ ଅପହରଣରେ ଭାରତର ହାତଥିବା ଅଭିଯୋଗ…..
ପୌର ନିର୍ବାଚନରେ ବିଜେପିର ବାଜି ମାତ…..
ସର୍ଚ୍ଚ ଅପରେସନରେ ସାମିଲ ହେଲା ରୋବୋଟ୍…..