Report Card Odisha

| Daily Odia News

କୃଷକ ସମ୍ମାନ ନିଧି ରାଶି ବୃଦ୍ଧି କଲା ବିଜେପି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗତ ନିର୍ବାଚନରେ ବିଜେପିର ଆସନ ସଂଖ୍ୟା କମିବାର ଏକ ବଡ଼ କାରଣ କୃଷକମାନଙ୍କ ଅସନ୍ତୋଷକୁ ଦେଖାଯାଉଛି । ବିଶେଷକରି ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଆସନ ସଂଖ୍ୟା କମିଯାଇଥିଲା । କୃଷକମାନଙ୍କୁ ଖୁସି କରିବାକୁ ବିଜେପି ପଦକ୍ଷେପ ଉଠାଇବା ଆରମ୍ଭ କରିଛି । ଏହି କ୍ରମରେ ରାଜସ୍ଥାନରେ ଥିବା ବିଜେପି ସରକାର କିଷାନ ସମ୍ମାନ ନିଧିରେ ୨୦୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଖୁବଶୀଘ୍ର ଆଉ କେତେକ ବିଜେପି ଶାସିତ ରାଜ୍ୟରେ ମଧ୍ୟ ସମାନ ଘୋଷଣା କରାଯିବାର ସମ୍ଭାବନା ରହିଛି । ରାଜସ୍ଥାନ ସରକାର କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କିଷାନ ସମ୍ମାନ ନିଧିରେ ୨୦୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏବେ ରାଜସ୍ଥାନରେ କିଷାନ ସମ୍ମାନ ନିଧି ଭାବେ ୮୦୦୦ ଟଙ୍କା ଦିଆଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଦେଇଥିବା ପ୍ରତିଶ୍ରୁତି ଏବେ ପୂରଣ ହେଉଛି। ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ଗୋଟିଏ ଦିନ ପୂର୍ବରୁ ଏହି ବଡ ଘୋଷଣା କରାଯାଇଛି ।

Breaking News